କେନ୍ଦୁଝର: କେନ୍ଦୁଝର ଜଙ୍ଗଲରେ ଏବେ ଝାଡଖଣ୍ଡି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଏକ ବିଶାଳ ହାତୀପଲ କେନ୍ଦୁଝର ସଦର, ଚମ୍ପୁଆ ରେଞ୍ଜରେ ବିଚରଣ କରୁଛନ୍ତି । ଏହି ହାତୀପଲରେ ଥିବା 48 ହାତୀ ଦୁଇ ଦିନ ହେବ ଦିନବେଳା ଜଙ୍ଗଲରେ ଏବଂ ରାତି ହେଲେ ବିଲ ବାଡ଼ିରେ ପଶି ଉପଦ୍ରବ କରୁଛନ୍ତି । ରବିବାର ରାତି ସଦର ରେଞ୍ଜର ବଉଲମାଲ, ସଂଡ଼ିଆପଶି, ସୁନାପସି ଆଦି ଗ୍ରାମର ବିଲରେ ପଶି ଧାନ ଫସଲ ଖାଇବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି ।
ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଗତକାଲି ଏହି ହାତୀପଲ 20 ଏକରରୁ ଊର୍ଦ୍ଧ୍ବ ଧାନ ଫସଲ ଖାଇଯିବା ସହ ବିଲରେ ପଶି ନଷ୍ଟ ମଧ୍ୟ କରିଛନ୍ତି । ଏବେ ଚାଷୀ ଦୁଃଖକଷ୍ଟରେ କରିଥିବା ଫସଲ ନଷ୍ଟ ପାଇଁ ସାହାଯ୍ୟ ଅପେକ୍ଷାରେ । ପୂର୍ବରୁ ହାତୀପଲ ଗାଁରେ ପଶି ବହୁ ଜଣଙ୍କ ଧାନ ଖାଇଯିବା ସହ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି । ଏହାର କ୍ଷତିପୂରଣ ଏପର୍ଯ୍ୟନ୍ତ ପାଇ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।