କେନ୍ଦୁଝର: ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ଅମଳ ସମୟରେ ପାଚିଲା ଧାନ ଫସଲକୁ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି ହାତୀପଲ। ଫଳରେ ମୁଣ୍ଡରେ ହାତଦେଇ ବସିଛି ଚାଷୀ।
ପାଚିଲା ଧାନ ଫସଲ ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ - Kendujhar
ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ଥମୁନି ହାତୀ ପଲଙ୍କ ଉପଦ୍ରବ । ଅମଳ ସମୟରେ ପାଚିଲା ଧାନ ଫସଲକୁ ଖାଇବା ସହ ମାଡିଦଳି ନଷ୍ଟ କରୁଛନ୍ତି ହାତୀପଲ। ଅଧିକ ପଢନ୍ତୁ...
![ପାଚିଲା ଧାନ ଫସଲ ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ elephants destroyed rice crop in Kendujhar](https://etvbharatimages.akamaized.net/etvbharat/prod-images/768-512-9736230-thumbnail-3x2-keonjhar.jpg)
ଭିମକାଣ୍ଡ ପଞ୍ଚାୟତ କାଣ୍ଡପଶି ଗାଁରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ପଶି ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରି ଦେଇଛନ୍ତି । ଗାଁର ତପନ ଦେହୁରୀ, ଯୁଗଳ ମହାକୁଡ଼, କିର୍ତିନ ମହାକୁଡ, ରଙ୍ଗା ମହାକୁଡ଼, ପ୍ରମୋଦ ମହାକୁଡ଼, ଶିବ ମହାକୁଡ଼, ମୁକୁନ୍ଦ ମହାକୁଡ଼ଙ୍କର ଜମିରେ ଧାନ ଫସଲକୁ ନଷ୍ଟ କରିଛନ୍ତି ହାତୀପଲ । ସେପଟେ ବନ ବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବାବେଳେ ଲୋକଙ୍କ ଫସଲକୁ ସୁରକ୍ଷା ଦେବାରେ ମଧ୍ୟ ଅସଫଳ ଥିବା ଚାଷୀ ଅଭିଯୋଗ କରିଛନ୍ତି । ହାତୀପଲ ଫସଲ ନଷ୍ଟ କରୁଥିବାବେଳେ ବନ କର୍ମଚାରୀଙ୍କୁ ଜଣାଇଲେ ମଧ୍ୟ ଘଟଣାସ୍ଥଳକୁ ବନ ବିଭାଗ କର୍ମଚାରୀ ଆସୁ ନଥିବା ପ୍ରକାଶ କରିଛନ୍ତି ଚାଷୀ ।
ତେବେ ଧାର କରଜ କରି ଚାଷ କରିଥିବା ଫସଲ ସବୁ ହାତୀଙ୍କ ଯୋଗୁଁ ଉଜୁଡି ଯାଉଥିବାରୁ କେମିତି ୠଣ ପରିଶୋଧ କରିବେ ସେନେଇ ଚାଷୀ ଏବେ ଚିନ୍ତାରେ ପଡିଯାଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ବନ ବିଭାଗ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଦାବି ହେଉଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ