ଓଡିଶା

odisha

ETV Bharat / state

କେନ୍ଦୁଝରରେ ହାତୀ ପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ - କେନ୍ଦୁଝରରେ ହାତୀ ପଲଙ୍କ ଉପଦ୍ରବ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧୀନସ୍ଥ ପଡାଙ୍ଗ ଗାଁରେ ଗତ ଦୁଇ ଦିନ ହେବ ଉତ୍ପାତ କରୁଛନ୍ତି 7 ଟିକିଆ ହାତୀ ପଲ । ଏକର ଏକର ଧାନଫସଲ ଖାଇବା ସହ ଦଳି ମକଚି ନଷ୍ଟ କରି ଦେଉଛନ୍ତି । ସେପଟେ ବନବିଭାଗକୁ ଏନେଇ ଅଭିଯୋଗ କରିବା ସତ୍ତ୍ବେ ବି ହାତୀ ପଲଙ୍କୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

କେନ୍ଦୁଝରରେ ହାତୀ ପଲଙ୍କ ଉପଦ୍ରବ,  ନଷ୍ଟ କଲେ ଏକର ଏକର ଧାନ ଫସଲ
କେନ୍ଦୁଝରରେ ହାତୀ ପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ

By

Published : Sep 2, 2020, 1:27 PM IST

କେନ୍ଦୁଝର: ଜିଲ୍ଲା ତେଲକୋଇ ରେଞ୍ଜ ଅଧୀନସ୍ଥ ପଡାଙ୍ଗ ଗାଁରେ ହାତୀପଲଙ୍କ ଉପଦ୍ରବ । ୭ ଟିକିଆ ହାତୀପଲ ଗତକାଲି ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଧାନଫସଲ ଖାଇବା ସହ ଦଳି ମକଚି ନଷ୍ଟ କରିଛନ୍ତି । ଦିନରେ ବି ଏହି ହାତୀପଲ ଉପଦ୍ରବ ଜାରି ରଖିଥିବାବେଳେ ଚିନ୍ତାରେ ପଡିଛନ୍ତି ଚାଷୀ ।

କେନ୍ଦୁଝରରେ ହାତୀ ପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ

ଚାଷୀ ଧାର କରଜ କରି ଚାଷ କରିଥିବା ଫସଲ ଏବେ ହାତୀଙ୍କ ଯୋଗୁଁ ନଷ୍ଟ ହେବାକୁ ବସିଲାଣି । ଏନେଇ ତେଲକୋଇ ଵନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଚାଷୀଙ୍କୁ ନଷ୍ଟ ହୋଇଥିବା ଫସଲର ସହାୟତା ଦେବା ତ ଦୂରର କଥା ହାତୀ ପଲଙ୍କୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି ।

ତେବେ ଏହି ଫସଲ ନଷ୍ଟ ପାଇଁ କ୍ଷତିପୂରଣ ଯୋଗାଇ ଦେଵାପାଇଁ ଗାଁର ଚାଷୀମାନେ ଦାବି କରିଛନ୍ତି। ପଡାଙ୍ଗ ଗାଁ ପାଖ ଜଙ୍ଗଲରେ ଏହି ସାତ ଟିକିଆ ହାତୀପଲ ବୁଲୁ ଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details