ଓଡିଶା

odisha

ETV Bharat / state

ଉତ୍ପାତ ହେଉଛନ୍ତି ଝାଡଖଣ୍ଡୀ ହାତୀ, ନାକେଦମ ବନବିଭାଗ - undefined

ଥମୁନି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ଭାଙ୍ଗୁଛନ୍ତି ଘର, ଦଳୁଛନ୍ତି ଫସଲ। ଉତ୍ପାତ ହେଉଥିବା ଏହି ହାତୀମାନେ ଏକର ଏକର ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

By

Published : Sep 10, 2019, 2:23 PM IST

କେନ୍ଦୁଝର: ଥମୁନି ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ। ଭାଙ୍ଗୁଛନ୍ତି ଘର, ଦଳୁଛନ୍ତି ଫସଲ। ଉତ୍ପାତ ହେଉଥିବା ଏହି ହାତୀମାନେ ଏକର ଏକର ଧାନ ଫସଲକୁ ଦଳି ଚକଟି ନଷ୍ଟ କରୁଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଇକଳା ଗ୍ରାମକୁ ଗତକାଲି ବିଳମ୍ବିତ ରାତିରେ 23ଟି ଝାଡଖଣ୍ଡୀ ହାତୀପଲ ଧସେଇ ପଶିଥିଲେ। ଏହି ହାତୀପଲ ବାଇକଳା ଜଟିଆ ହୁଡ଼ି ଗୋଜି ଟାଙ୍ଗିରି ଅଞ୍ଚଳରେ ଶହଶହ ଏକର ଧାନ ଫସଲ ନଷ୍ଟ କରିଛନ୍ତି।

ହାତୀପଲକୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛି। ଏପଟେ ଏତେ ସଂଖ୍ୟକ ହାତୀଙ୍କୁ ଘଉଡେଇବାକୁ ନାକେଦମ ହୋଇଗଲାଣି ବନବିଭାଗ। ବର୍ତ୍ତମାନ ହାତୀଙ୍କ ପଛେ ପଛେ ରହି ବନ ବିଭାଗ କର୍ମଚାରୀ ହାତୀଙ୍କ ଗତିପଥ ଉପରେ ନଜର ରଖିଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର , ଇଟିଭି ଭାରତ

For All Latest Updates

ABOUT THE AUTHOR

...view details