ଓଡିଶା

odisha

ETV Bharat / state

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ - elephants destroy vegetable farming

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଣମହୁଲଡିହା ଗ୍ରାମରେ ହାତୀ ଆତଙ୍କ । ଗାଁ ଭିତରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ
ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ

By

Published : Dec 27, 2019, 2:56 PM IST

କେନ୍ଦୁଝର: ପୁଣି ମାତିଲେ ହାତୀ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବଣମହୁଲଡିହା ଗ୍ରାମରେ ଧସେଇ ପଶିଲେ ହାତୀପଲ । ଘଟଗାଁ ରେଞ୍ଜରୁ ୧୫ ଟିକିଆ ହାତୀପଲ ଆସି ଗାଁରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି ।

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ନଷ୍ଟ କଲେ ପନିପରିବା ଚାଷ

ଗାଁରେ ଏପରି ବାରମ୍ବାର ହାତୀପଲ ପଶିଆସି ଆତଙ୍କ ଖେଳାଉଛନ୍ତି । ହାତୀପଲ ଏବେ ଗାଁ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲରେ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଙ୍ଗଲ ବିଭାଗ ହାତୀ ଘଉଡାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details