ଓଡିଶା

odisha

ETV Bharat / state

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଫସଲ

କେନ୍ଦୁଝର ଜିଲ୍ଲା ତେଲକୋଈ ବନାଞ୍ଚଳରେ ଥମିବାର ନା ଧରୁନି ବଣୁଆ ହାତୀଙ୍କ ଉପଦ୍ରବ । ବୁଧବାର ବିଳମ୍ବିତ ରାତିରେ କୁଲାଡେରା ଗାଁରେ 3ଟି ଘର ଭାଙ୍ଗିଛନ୍ତି ଦନ୍ତା ହାତୀ । ଅଧିକ ପଢନ୍ତୁ...

By

Published : Jul 22, 2021, 10:39 PM IST

ଭାଙ୍ଗିଲେ ଘର, ଖାଇଲେ ଫସଲ
ଭାଙ୍ଗିଲେ ଘର, ଖାଇଲେ ଫସଲ

କେନ୍ଦୁଝର: ଜିଲ୍ଲାରେ ହାତୀ ଉତ୍ପାତ ଦେଖିବାକୁ ମିଳିଛି । ତେଲକୋଈ ବନାଞ୍ଚଳରେ ଥମିବାର ନା ଧରୁନି ବଣୁଆ ହାତୀଙ୍କ ଉପଦ୍ରବ। ବୁଧବାର ବିଳମ୍ବିତ ରାତିରେ ପୁଣି କୁଲାଡେରା ଗାଁରେ ଉପଦ୍ରବ କରିଛନ୍ତି ଦନ୍ତା । ଗାଁର 3ଟି ଘର ଭାଙ୍ଗିବା ସହ ବର୍ଷକ ପାଇଁ ସାଇତା ହୋଇ ରହିଥିବା ଫସଲ ସବୁ ଖାଇ ଯାଇଛନ୍ତି ।

ଭାଙ୍ଗିଲେ ଘର, ଖାଇଲେ ଫସଲ

ଏ ସମସ୍ୟା ଗୋଟିଏ ଦିନର ନୁହେଁ, ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗିରହିଛି । ହାତୀ ଆତଙ୍କ ନେଇ ସବୁବେଳେ ଲୋକଙ୍କୁ ଡରି ଡରି ରହିବାକୁ ପଡୁଛି । ବୁଧବାର ରାତିରେ କୁଲାଡେରା ଗାଁରେ 3ଟି ଘର ଭାଙ୍ଗିଛନ୍ତି ଦନ୍ତା ହାତୀ । ଭାଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକ ।

ଘର ଭାଙ୍ଗିବା ସହିତ ଖରା ବର୍ଷା ସହି ସଞ୍ଚୟ କରି ରଖିଥିବା ଫସଲକୁ ମଧ୍ୟ ଖାଇଯାଇଛନ୍ତି ହାତୀପଲ । ଜିଲ୍ଲାରେ ଏପରି ସମସ୍ୟା ଥିଲେ ବି ବନ ବିଭାଗ ହାତ ଟେକି ବସିଥିବା ଅଭିଯୋଗ ହୋଇଛି । ହାତୀ ଉପଦ୍ରବରେ କ୍ଷତି ସହୁଥିବା ସମସ୍ତ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details