ଓଡିଶା

odisha

ETV Bharat / state

23 ଟିକିଆ ହାତୀପଲଙ୍କ ଉତ୍ପାତ, ଭାଙ୍ଗିଲେ 15 ଘର

କେନ୍ଦୁଝର ଚମ୍ପୁଆ ରେଞ୍ଚରେ 23 ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । ତିନିଦିନ ମଧ୍ୟରେ ଭାଙ୍ଗିଛନ୍ତି 15ଘର ।

By

Published : Dec 30, 2019, 1:16 PM IST

elephant terror in keonjhar
23 ଟିକିଆ ହାତୀ ପଲଙ୍କ ଉତ୍ପାତ, ଭାଙ୍ଗିଲେ 15 ଘର

କେନ୍ଦୁଝର: ଥମୁନି ହାତୀଙ୍କ ଉତ୍ପାତ । କେନ୍ଦୁଝର ଚମ୍ପୁଆ ରେଞ୍ଚରେ 23 ଟିକିଆ ହାତୀ ପଲଙ୍କ ଉପଦ୍ରବ ଜାରି ରହିଛି । 3 ଦିନ ଭିତରେ 15ଟି ଘର ଭାଙ୍ଗିଥିବାବେଳେ କାନ୍ଥ ପଡି ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

23 ଟିକିଆ ହାତୀ ପଲଙ୍କ ଉତ୍ପାତ, ଭାଙ୍ଗିଲେ 15 ଘର

ଗତକାଲି ରାତିରେ ରଜିଆ, କଞ୍ଚନପୁର ଓ ଶଶାଙ୍ଗ ଗାଁରେ ହାତୀ ପଲ 3ଟି ଘର ଭାଙ୍ଗି ଦେଇଥିଲେ । ଏତିକିବେଳେ ଗୋଟିଏ ଘରର କାନ୍ଥ ପଡି ଲୁବୁରୀ ମୁଣ୍ଡା ନାମକ ଏକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଏହାପରେ ପୁନର୍ବାର ଗତକାଲି ରାତିରେ ହିଁ ହାତୀପଲ ଚରୁଆଁଗୋଡା ଦେଇ କାଟୁଳିକନା ଗାଁରେ ପହଞ୍ଚିଥିଲେ । ପରେ ବିଭିନ୍ନ ବିଭାଗରେ ବିଭକ୍ତ ହୋଇ ଘର ଭାଙ୍ଗୁଥିବା ଦେଖିବାକୁ ମିଳିଥିଲା। ସେପଟେ କୁହୁଡି ଯୋଗୁଁ ହାତୀ ପଲକୁ ଠାବ କରିବାରେ ଅସୁବିଧା ହେଉଥିବା ବନବିଭାଗର କର୍ମଚାରୀମାନେ କହିଛନ୍ତି । ବର୍ତ୍ତମାନ ଏହି ହାତୀପଲ କଇଁତା ଗାଁ ନିକଟ ଇନ୍ଦ୍ରପ୍ରସ୍ଥ ଜଙ୍ଗଲରେ ଥିବା ଜଣାପଡିଛି । ବାରମ୍ବାର ଏହି ଘଟଣା ଘଟୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details