କେନ୍ଦୁଝର: ଗତକାଲି ବିଳମ୍ବିତ ରାତିରେ ଯୋଡା ସହର ନିକଟରେ ଥିବା ଲହଣ୍ଡା ମନମୋରା ଜଙ୍ଗଲରୁ 11 ହାତୀ ଯୋଡା ସହର ମଧ୍ୟକୁ ପଶି ଆସିଥିଲେ । ହାତୀ ପଲ ସୁନା ନଦୀ ପାର ହୋଇ ଯୋଡ଼ା ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ମଧ୍ୟରେ ପଶି ଭଙ୍ଗା ରୁଜା କରିଥିଲେ । ଏହାପରେ ମୁଖ୍ୟ ରାସ୍ତାରେ ବାହାରି ଜନ ବସତି ଆଡ଼କୁ ମୁହାଁଇ ଥିଲେ । ହାତୀ ମାନଙ୍କ ଉପଦ୍ରବରେ ସମସ୍ତଙ୍କ ନିଦ ହଜିଯାଇଥିଲା । ଦୀର୍ଘ ଦୁଇ ଘଣ୍ଟା ଧରି ମୁଖ୍ୟ ରାସ୍ତାରେ ହାତୀ ପଲ ଆତଙ୍କ ସୃଷ୍ଟି କରିଥିଲେ ।
ଯୋଡ଼ା ସହରରେ ହାତୀ ଆତଙ୍କ, ଜଣେ ମୃତ - ହାତୀ ଆତଙ୍କ
ଗତକାଲି ବିଳମ୍ବିତ ରାତିରେ ଯୋଡା ସହର ନିକଟରେ ଥିବା ଲହଣ୍ଡା ମନମୋରା ଜଙ୍ଗଲରୁ 11 ହାତୀ ଯୋଡା ସହର ମଧ୍ୟକୁ ପଶି ଆତଙ୍କ ସୃଷ୍ଟି କରିଛନ୍ତି । ଅଧିକ ପଢନ୍ତୁ...

ବାଟବଣା ହୋଇ ଭାଗ ଭାଗ ହୋଇଯିବା ଦ୍ଵାରା ବନ ବିଭାଗ ମଧ୍ୟ ରାତି ସାରା ହାତୀ ଘଉଡେଇବାରେ ନାକେଦମ ହୋଇ ପଡିଥିଲେ । ତେବେ ଗୋଟେ ହାତୀ ପଲ ତାରିଣୀ ଛକ ନିକଟରେ ଥିବା ଏମ୍ଏମ୍ଟିସି କଲୋନୀର ମୁଖ୍ୟ ଗେଟ୍ ଭାଙ୍ଗି କଲୋନୀ ଭିତରେ ପଶି ଗାଡ ମଟର ସାଇକେଲ ଗୁଡିକ ଭଙ୍ଗା ରୂଜା କରିଥିଲେ । ତେବେ ଏତିକିରେ ସରି ନ ଥିଲା ହାତୀ ପଲଙ୍କ ଉପଦ୍ରବ । ରାତିରେ ନିଆଁ ସେକି ହେଉଥିବା ଜଣେ ଲୋକକୁ ଘୋଷାଡି ଦଳି ଦେଇଥିଲେ । ଉକ୍ତ ବ୍ୟକ୍ତି ଜଣକଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି । ତେବେ ଦୀର୍ଘ 2ଘଣ୍ଟା ଉତ୍ପାତ ପରେ ହାତୀପଲ ପୁଣି ଜଙ୍ଗଲ ଭିତରକୁ ପଳାଇ ଯାଇଥିବା ଜଣାପଡିଛି ।
କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ