କେନ୍ଦୁଝର: ଜିଲ୍ଲାରେ ପୁଣି ଅସୁରକ୍ଷିତ ଗଜରାଜ । କେନ୍ଦୁଝର ଜିଲ୍ଲା ବନଖଣ୍ଡ ଅନ୍ତର୍ଗତ ବିଜେପି ରେଞ୍ଜର ତଳଚମ୍ପେଇ ଗ୍ରାମ୍ୟ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଏନେଇ ଉକ୍ତ ଗ୍ରାମ ଜଙ୍ଗଲରେ ଏକ ମାଇ ହାତୀ ଅସୁସ୍ଥ ହୋଇ ପଡି ରହିଥିବା ନେଇ ସୂଚନା ମିଳିଛି ।
ଅସୁସ୍ଥ ହୋଇପଡିଛି ମାଈହାତୀ, ତଦନ୍ତ କରୁଛି ବନବିଭାଗ - ବନ ବିଭାଗ
ତଳ ଚମ୍ପେଇ ଜଙ୍ଗଲରେ ଗୁରୁତର ଅସୁସ୍ଥ ହୋଇ ଜଙ୍ଗଲରେ ଶୋଇ ରହିଛି ମାଇହାତୀ । ବୟାସାଧିକ ନେଇ ଅସୁସ୍ଥ ଥିବା ନେଇ ଅନୁମାନ କରିଛି ବନବିଭାଗ । ଅଧିକ ପଢନ୍ତୁ...
ଗୁରୁତର ଅସୁସ୍ଥ ହୋଇ ଜଙ୍ଗଲରେ ପଡିରହିଛି ମାଇ ହାତୀ, ବନବିଭାଗର ତଦନ୍ତ ଜାରି
ଗୁରୁତର ଅସୁସ୍ଥ ହୋଇ ଜଙ୍ଗଲରେ ପଡିରହିଛି ମାଇ ହାତୀ, ବନବିଭାଗର ତଦନ୍ତ ଜାରି
ସୂଚନାନୁସାରେ ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀ ପହଞ୍ଚି ହାତୀର ଚିକିତ୍ସା ଜାରି ରଖିଛନ୍ତି । ତେବେ ଉକ୍ତ ମାଇ ହାତୀଟିର ବୟସ ପ୍ରାୟ ୫୦ ବର୍ଷ ହୋଇଥିବା ବେଳେ ସେ ଜ୍ଵର ପାଇଁ ସେଠାରେ ପଡି ରହିଥିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ କେଉଁ କାରଣରୁ ହାତୀଟି ସେଠାରେ ପଡି ରହିଥିଲା ସେନେଇ ଅଧିକ ତଦନ୍ତ କରୁଛି ବନ ବିଭାଗ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ