ଓଡିଶା

odisha

ETV Bharat / state

ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଧାନ ଖାଇଲେ - କେନ୍ଦୁଝର

ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ଅଧିକ ପଢନ୍ତୁ...

elephant ruckus
ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଧାନ ଖାଇଲେ

By

Published : Jan 4, 2021, 2:08 PM IST

କେନ୍ଦୁଝର: ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ରବିବାର ବିଳମ୍ବିତ ରାତିରେ ରାଣିବେଡା ଗାଁରେ ପଶି ଗୋବର୍ଦ୍ଧନ ନାୟକଙ୍କ ଘର ଭାଙ୍ଗି 11 ବସ୍ତା ଧାନ ଖାଇବା ସହ 5 ବସ୍ତା ଚାଉଳ ଖାଇଯାଇଛନ୍ତି ।

ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ, ଧାନ ଖାଇଲେ

ତେବେ ଘର ଭାଙ୍ଗିବା ଦେଖି ଘରେ ଥିବା ଲୋକେ ଜୀବନ ବିକଳରେ ଦୌଡି ପଳାଇଥିଲେ । ସେପଟେ ଖୁଣ୍ଟାପଡା ଗାଁରେ ମଧ୍ୟ ହାତୀପଲଙ୍କ ଉପଦ୍ରବ ଯୋଗୁଁ ଏକର-ଏକର ଆଳୁ ଫସଲ ଓ କୋବି ଫସଲ ନଷ୍ଟ ହୋଇଛି । ଖଳାରେ ଥିବା ବସ୍ତା ବସ୍ତା ଧାନକୁ ଖାଇଯାଇଛନ୍ତି ହାତୀପଲ । ଗାଁର ପ୍ରଦୀପ ପ୍ରଧାନ, ସୁଶାନ୍ତ ପ୍ରଧାନ, କାଳିଆ ପ୍ରଧାନ ଓ ରମେଶ ସାହୁଙ୍କ ପରିବା ଫସଲ ନଷ୍ଟ କରିବା ସହ ଖଳାରୁ ଧାନ ଖାଇ ନଷ୍ଟ କରିଛନ୍ତି ।

ବାରମ୍ବାର ଘର ଭାଙ୍ଗିବା ସହ ଫସଲ ନଷ୍ଟ ହେଉଥିବାରୁ ଚିନ୍ତାରେ ଚାଷୀ । ହାତୀ ଉପଦ୍ରବରେ ମିଳୁଥିବା ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ହାତୀପଲଙ୍କୁ ବନବିଭାଗ ନ ଘଉଡାଇଲେ ଆନ୍ଦୋଳନକୁ ଉହ୍ଲାଇବା ପାଇଁ ଚାଷୀ ଚେତାବନୀ ଦେଇଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details