କେନ୍ଦୁଝର: ତେଲକୋଇରେ ଥମୁନି ହାତୀ ଉପଦ୍ରବ। ପ୍ରାୟ ଦୁଇ ଦିନ ହେଲାଣି ବିଳମ୍ବିତ ରାତିରେ କୁଳଡେରା ଗାଁରେ ୧୦ ଟିକିଆ ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଧନଜୀବନ ହାନି ସହିତ ଧାନ ଫସଲ,ବାଡି ବଗିଚା ଉଜାଡିବା ଓ ଘରଦ୍ବାର ଭାଙ୍ଗି ଧାନ ଚାଉଳ ଓ ଭାତ ଖାଇ ଦେଉଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ୧୦ଟିକିଆ ହାତୀ ପଲ ତେଲକୋଇ ରେଞ୍ଜ ଖୁଣ୍ଟାପଡା ପଞ୍ଚାୟତ କୁଲାଡେରା ଗ୍ରାମରେ ପଶି ବାଇଧର ନାୟିକ ଓ ଶ୍ରୀଧର ନାୟିକଙ୍କ ଦୁଇ ବଖରା ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛନ୍ତି।
ତେଲକୋଇରେ ଥମୁନି ହାତୀ ଉପଦ୍ରବ, ଅତିଷ୍ଠ ଗ୍ରାମବାସୀ - ହାତୀ ଉପଦ୍ରବ
ତେଲକୋଇରେ ଥମୁନି ହାତୀ ଉପଦ୍ରବ। ପ୍ରାୟ ଦୁଇ ଦିନ ହେଲାଣି ବିଳମ୍ବିତ ରାତିରେ କୁଳଡେରା ଗାଁରେ ୧୦ ଟିକିଆ ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଅଧିକ ପଢନ୍ତୁ...
ତେଲକୋଇରେ ଥମୁନି ହାତୀ ଉପଦ୍ରବ, ଅତିଷ୍ଠ ଗ୍ରାମବାସୀ
ତେବେ ସେମାନେ ଅଳ୍ପକେ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଶେଷରେ ସାହି ଲୋକେ ମିଶି ହାତୀକୁ ଘଉଡାଇଥିଲେ। କିନ୍ତୁ ଜଙ୍ଗଲ ବିଭାଗ ଏନେଇ କିଛି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ