ଓଡିଶା

odisha

ETV Bharat / state

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ - Elephant poaching

କେନ୍ଦୁଝର ପାଟଣା ରେଞ୍ଜର ଉଦୟପୁର ବିଟ ଅଞ୍ଚଳରେ ମାତିଛନ୍ତି ହାତୀପଲ । ନଷ୍ଟ କରୁଛନ୍ତି ବ୍ୟାପକ ଫସଲ । ଅଧିକ ପଢନ୍ତୁ...

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ
ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

By

Published : Aug 16, 2020, 3:46 PM IST

କେନ୍ଦୁଝର: ବର୍ଷା ହେବାରୁ ଚାଷୀ ଏବେ ଧାନ ଚାଷ ଆରମ୍ଭ କରିଛନ୍ତି । ଭଲ ବର୍ଷା ହେବାରୁ ଫସଲ ମଧ୍ୟ ଭଲ ହେବା ନେଇ ଚାଷୀ ଖୁସି ଥିବାବେଳେ ଏଥିରେ ବାଧା ଦେଇଛନ୍ତି ହାତୀପଲ।

ଗତକାଲି(ଶନିବାର) କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ପାଟଣା ରେଞ୍ଜର ଉଦୟପୁର ବିଟ ଅଞ୍ଚଳରେ ୧୭ ଟିକିଆ ହାତୀପଲ ଉତ୍ପାତ ମଚେଇଛନ୍ତି । ଏହି ବିଟ ଅଞ୍ଚଳରେ ଏକର ଏକର ଧାନ ବିଲରେ ଚାଲି ଫସଲ ନଷ୍ଟ କରିଛନ୍ତି।

ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ସେହିପରି ରବିବାର ମଧ୍ୟ ଏହି ହାତୀପଲ ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ହାତୀପଲକୁ ଘଉଡାଇବା ପାଇଁ ଜଙ୍ଗଲ ବିଭାଗ କର୍ମଚାରୀ ଉକ୍ତ ଅଞ୍ଚଳରେ ପହଞ୍ଚିଥିବା ଜଣାପଡିଛି । କ୍ଷୟକ୍ଷତି ଫସଲର କ୍ଷତିପୂରଣ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details