କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ପଡାଙ୍ଗ ଗାଁ ଗୁହାଳପାଳରେ ହାତିପଲଙ୍କ ଉପଦ୍ରବ । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଭିତରେ ହାତୀପଲ ସାହି ଭିତରେ ପଶିଥିଲେ । ସିକନ୍ଦର ହେମରମଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ନଷ୍ଟ କରିଦେଇଛନ୍ତି ।
ସାହି ଲୋକଙ୍କ ଗଛରୁ ପଣସ ଖାଇବା ସହ ପନିପରିବା ଫସଲ ମଧ୍ୟ ନଷ୍ଟ କରିଛନ୍ତି । ହାତୀ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଜୀବନ ବିକଳରେ ଦୌଡି ପଳାଇଥିଲେ ।