ଓଡିଶା

odisha

ETV Bharat / state

ଗୋଠ ଛଡ଼ା ହେଇ ବୁଲୁଛି ହାତୀ ଛୁଆ - koenjhar

କେନ୍ଦୁଝର ବନଖଣ୍ଡ ରେଞ୍ଜ ଅଞ୍ଚଳରେ ଏକ ଛୁଆ ହାତୀକୁ ଠାବ କରାଯାଇଛି । ହାତୀ ଛୁଆଟି ଗୋଠରୁ ଖସି ଆସିଥିବା ଅନୁମାନ କରାଯାଉଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କେନ୍ଦୁଝର

By

Published : Jun 19, 2019, 1:33 PM IST

କେନ୍ଦୁଝର: ମଙ୍ଗଳବାର ସନ୍ଧ୍ୟାରୁ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ରେଞ୍ଜ ଅଞ୍ଚଳରେ ଏକ ଛୁଆ ହାତୀକୁ ଠାବ କରାଯାଇଛି । ଭୁଆଁ ଜୁଆଙ୍ଗ ପିଢ଼ ରେଞ୍ଜ ଅଞ୍ଚଳର କାଞ୍ଜିପାଣି ନିକଟରେ ଏହି ଏକ ବର୍ଷର ହାତୀ ଛୁଆଟି ବୁଲୁଥିବା କିଛି ଗ୍ରାମବାସୀ ଦେଖଥିଲେ । ଏହି ହାତୀ ଛୁଆଟି ଗୋଠ ଛଡା ପରେ ଗ୍ରାମ ନିକଟକୁ ଖାଦ୍ୟ ଓ ପାଣି ଅନୁସନ୍ଧାନରେ ଆସିଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା କେନ୍ଦୁଝର

ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ୩୫ରୁ ଅଧିକ ହାତୀ ପଲ ବାସ କରୁଥିବା ବେଳେ ଏକ ସାତ ଜଣିଆ ହାତୀ ପଲ ମଧ୍ୟରୁ ଏହି ହାତୀ ଛୁଆଟି ଖସି ଯାଇଥିବା ଅନୁମାନ କରା ଯାଉଛି । ଏହି ହାତୀ ଛୁଆକୁ ଘଉଡାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ ସ୍ଥାନୀୟ ଅଞ୍ଚଳକୁ ଯାଇଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମାହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details