ଓଡିଶା

odisha

ETV Bharat / state

ଟ୍ରେନ ଧକ୍କାରେ ଦୁଇ ମାଈ ହାତୀ ମୃତ - ମାଲବାହୀ ଟ୍ରେନ୍‌ ଧକ୍କାରେ ହାତୀ ମୃତ

କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ୍‌ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ୨ ମାଈ ହାତୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

elephant killed
elephant killed

By

Published : Jul 11, 2023, 2:28 PM IST

ଟ୍ରେନ ଧକ୍କାରେ ଦୁଇ ମାଈ ହାତୀ ମୃତ

କେନ୍ଦୁଝର:ରେଳ ଲାଇନ୍‌ ପାର ହେବା ବେଳେ ହାତୀପଲଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମାଲବାହୀ ଟ୍ରେନ୍‌ ଧକ୍କାରେ ଯାଇଛି ୨ ମାଈ ହାତୀଙ୍କ ମୃତ୍ୟୁ । ଏହାସହ ଅନେକ ଆହାତ ହୋଇଥିବାର ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ଦୈତାରି ରେଞ୍ଜ୍‌ ଅନ୍ତର୍ଗତ ଟାଙ୍ଗରିଆପାଳ ଷ୍ଟେସନ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ହାତୀପଲ ରେଳ ଧାରଣା ପାର୍‌ ହେଉଥିଲେ । ସେହି ସମୟରେ ଟାଙ୍ଗରିଆପାଳ ଷ୍ଟେସନ୍‌ ନିକଟ ଆମ୍ବଧରା ନାଳ ଏବଂ କୋଠଘାଟି ମଝିରେ ହାତୀଙ୍କୁ ଧକ୍କା ଦେଇଥିଲା ଏକ ମାଲବାହୀ ଟ୍ରେନ୍‌ । ଦୁର୍ଘଟଣା ପରେ ହାତୀ ଦୁଇଟି ପ୍ରାୟ ୧୦ ଫୁଟ ତଳକୁ ଛିଟିକି ପଡ଼ିଥିଲେ । ଖବର ପାଇ ବନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଅଞ୍ଚଳ ହାତୀ ଗନ୍ତବ୍ୟ ସ୍ଥଳ ହୋଇଥିବା ବେଳେ ଟ୍ରେନ୍‌ ଚଳାଚଳ ନେଇ ଗାଇଡ଼ ଲାଇନ ହୋଇଛି । କିନ୍ତୁ ଟ୍ରେନ୍‌ର ଅତ୍ୟଧିକ ଗତି ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ତଦନ୍ତ ପରେ ଟ୍ରେନ୍‌ ଡ୍ରାଇଭରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକାଶ କରିଛନ୍ତି ଜଙ୍ଗଲ ବିଭାଗ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ- ଦନ୍ତାର ଜୀବନ ନେଲା ଲୌହ ଦାନବ

ପ୍ରକାଶ ଥାଉକି, ଗତ ଏପ୍ରିଲ ମାସରେ ଅନୁଗୋଳ ଜିଲ୍ଲା ଜରପଡ଼ା ବନାଞ୍ଚଳ ଦୁର୍ଗାପୁର ନିକଟରେ ରେଳ ଧାରଣା ପାର ହେଉଥିବା ବେଳେ ସମ୍ବଲପୁର-ହାୱଡା ମହିମା ଗୋସାଇଁ ଏକ୍ସପ୍ରେସ୍‌ ଧକ୍କା ଦେବାରୁ ହାତୀର ମୃତ୍ୟୁ ହୋଇଥିଲା । ମୃତ ଦନ୍ତା ହାତୀଟି ଜେରେଙ୍ଗ ଗାଁ ଓ ଆଖପାଖ ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି କରୁଥିଲା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଗ୍ରାମବାସୀ । ଗ୍ରାମରୁ ହାତୀକୁ ଘଉଡ଼ାଇବା ପାଇଁ ଗ୍ରାମବାସୀ ବନ ବିଭାଗକୁ ଜଣାଇ ଥିଲେ । ଏହାପରେ ବନ ବିଭାଗ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ହାତୀଟି ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ସମ୍ବଲପୁର - ହାବଡା ମହିମା ଗୋସାଇଁ ଏକ୍ସପ୍ରେସ ହାତୀପଲକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇଟି ହାତୀର ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details