ଓଡିଶା

odisha

ETV Bharat / state

କେନ୍ଦୁଝରରେ 8 ଟିକିଆ ହାତୀ ପଲ: ଭାଙ୍ଗିଲେ ଘର, ଖାଇଲେ ଚାଉଳ - ହାତୀ ଆକ୍ରମଣ

କେନ୍ଦୁଝର ତେଲକୋଇ ବନାଞ୍ଚଳ ଅଧିନସ୍ଥ ବନବିହାରୀପୁର ଗାଁରେ ଗତକାଲି(ରବିବାର) ବିଳମ୍ବିତ ରାତିରେ ଦନ୍ତାହାତୀ ମଧୁ ଜୁଆଙ୍ଗ ଓ ସମବାରିଆ ଜୁଆଙ୍ଗଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

By

Published : Jul 29, 2019, 11:45 AM IST

କେନ୍ଦୁଝର: ତେଲକୋଇ ଵନାଞ୍ଚଳ ଅଧିନସ୍ଥ ବନବିହାରୀପୁର ଗାଁରେ ହାତୀ ଆତଙ୍କ । ଗତକାଲି(ରବିବାର) ବିଳମ୍ବିତ ରାତିରେ ମଧୁ ଜୁଆଙ୍ଗ ଓ ସମବାରିଆ ଜୁଆଙ୍ଗଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି ।

ଦନ୍ତାହାତୀଟି ଘର ଭାଙ୍ଗିବାବେଳେ ମଧୁ ଜୁଆଙ୍ଗ ଘରେ ଶୋଇଥିଲେ । ହାତୀ ଘର ଭାଙ୍ଗିବା ଶବ୍ଦ ଶୁଣି ତାଙ୍କ ଭାଇ ସମବାରିଆ ଜୁଆଙ୍ଗ ହାତୀଙ୍କ ଉପସ୍ଥିତ ଥିବା ସତ୍ତ୍ବେ ସାହସ କରି ତାଙ୍କ ଭାଇଙ୍କୁ ଘର ଭିତରୁ ଟାଣି ଆଣିଥିଲେ । ଫଳରେ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଇଭାଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ବନ ବିଭାଗ ସୂଚନା ଅନୁଯାୟୀ ତେଲକୋଇ ରେଞ୍ଜରେ 4ଟି ଗ୍ରୁପରେ 19ଟି ହାତୀ ଅଛନ୍ତି । 8ଟିକିଆ ହାତୀ ଦଳରେ ଗୋଟିଏ ଦନ୍ତାହାତୀ ସହିତ 2ଟି ଛୁଆ ହାତୀ ମଧ୍ୟ ଅଛନ୍ତି ।

ତେବେ ହାତୀଙ୍କୁ ଘଉଡାଇବାକୁ ଗାଁ ଲୋକଙ୍କ ସହ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଏହି ହାତୀ ପଲ ବାରମ୍ବାର ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details