ଓଡିଶା

odisha

ETV Bharat / state

୫୦ ଏକରରୁ ଉର୍ଦ୍ଧ୍ବ ଧାନ ଚାଷ ନଷ୍ଟ କଲେ ହାତୀପଲ

ଧାନ ଚାଷ ପାଇଁ ଚାଷୀ ବିଭିନ୍ନ ସ୍ଥାନରୁ ଧାର ଉଦ୍ଧାର କରିବା ମଧ୍ୟ ଆରମ୍ଭ କରିଛି । ଏପଟେ ଚାଷୀଙ୍କ ଚିନ୍ତା ବଢାଇଛନ୍ତି ହାତୀ ପଲ।

By

Published : Aug 14, 2020, 1:05 PM IST

elephant destroy farming
୫୦ ଏକରରୁ ଉର୍ଦ୍ଧ୍ବ ଧାନ ଚାଷ ନଷ୍ଟ କଲେ ହାତୀପଲ

କେନ୍ଦୁଝର: ବର୍ଷା ହେବା ପରେ ଚାଷୀ ଚାଷ କାମକୁ ଜୋର ସୋରରେ ଆରମ୍ଭ କରିଛି । ବର୍ଷା ନହେବାରୁ ଯେଉଁ ଧାନ ତଳି ନଷ୍ଟ ହେବାକୁ ବସିଥିଲା ତାହା ଏବେ ବଞ୍ଚିବା ଆରମ୍ଭ କଲାଣି । ଏହି ଧାନ ଚାଷ ପାଇଁ ଚାଷୀ ବିଭିନ୍ନ ସ୍ଥାନରୁ ଧାର ଉଦ୍ଧାର କରିବା ମଧ୍ୟ ଆରମ୍ଭ କରିଛି । ଏପଟେ ଚାଷୀଙ୍କ ଚିନ୍ତା ବଢାଇଛନ୍ତି ହାତୀ ପଲ।

୫୦ ଏକରରୁ ଉର୍ଦ୍ଧ୍ବ ଧାନ ଚାଷ ନଷ୍ଟ କଲେ ହାତୀପଲ

ଗୁରୁବାର ରାତି କେନ୍ଦୁଝର ଜିଲ୍ଲା ସଦର ବ୍ଲକ ପର୍ଜନପୁର ପଞ୍ଚାୟତ କଶିରା ଗ୍ରାମରେ ହାତୀପଲ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ବିଳମ୍ବିତ ରାତିରେ ଏହି ହାତୀପଲ ନିକଟସ୍ଥ ଜଙ୍ଗଲରୁ ଆସି ୫୦ ଏକରରୁ ଉର୍ଦ୍ଧ୍ବ ଫସଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।

ଏହି ଫସଲ ନଷ୍ଟ ହେବା ଫଳରେ ଚାଷୀକୁଳ ହତାଶ ହୋଇ ପଡିଛନ୍ତି । ଜଙ୍ଗଲ ବିଭାଗ ପକ୍ଷରୁ ଫସଲ ନଷ୍ଟ ନେଇ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details