ଓଡିଶା

odisha

ETV Bharat / state

ହାତୀ ମୃତ୍ୟୁ ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ଏହି ରେଞ୍ଜ ଅଧୀନରେ ଦୁଇ ମାସ ମଧ୍ୟରେ ୪ଟି ହାତୀକୁ ନିର୍ମମ ହତ୍ୟା କରାଯାଇଥିଲେ ମଧ୍ୟ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ହୋଇ ବସିଛି । ଏମିତି ଘଟଣାରେ ଉପରିସ୍ଥ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସମାଜସେବୀ । ଅଧିକ ପଢ଼ନ୍ତୁ...

Elephant deaths, demands action against top officials
ହାତୀ ମୃତ୍ୟୁ ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

By

Published : Jun 16, 2020, 4:16 AM IST

କେନ୍ଦୁଝର: ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନର ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ୨ ହାତୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି ବନବିଭାଗ । ସୋମବାର ବନ ବିଭାଗର ବରିଷ୍ଠ ଅଧିକାରୀ, ଆଡିସନାଲ ପିସିସିଏଫ (ୱାଇଲ୍ଡ ଲାଇଫ )ଶଶୀ ପଲ୍, ରାଉରକେଲା ଆରସିସିଏଫ ଭଞ୍ଜ କିଶୋର ସ୍ୱାଇଁ, କେନ୍ଦୁଝର ଡିଏଫଓ ସନ୍ତୋଷ ଯୋଶୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଥିଲେ ।

ହାତୀ ମୃତ୍ୟୁ ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ହାତୀ ମୃତ୍ୟୁ ଘଟଣା, ଉପରିସ୍ଥ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବନ୍ୟଜନ୍ତୁ ଶିକାରୀଙ୍କ ଦ୍ଵାରା ବିଛାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଉଭୟ ହାତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳରେ ମୃତ ହାତୀଙ୍କ ବ୍ୟବଚ୍ଛେଦ କରିଛନ୍ତି । ରବିବାର ଅପରାହ୍ନରେ ବନ ବିଭାଗର ପାଟ୍ରୋଲିଂ ଟିମ ୨ ହାତୀଙ୍କ ମୃତଦେହକୁ ଠାବ କରିଥିଲା । ଯୋଡ଼ା ଥାନା ଗୁରୁବେଡ଼ା ଛକ ଠାରୁ ଅଧା କିଲୋମିଟର ଦୂର ବୈତରଣୀ (ଖ)ସଂରକ୍ଷିତ ଜଙ୍ଗଲରେ ଉଭୟ ହାତୀଙ୍କ ମୃତଦେହ ପଡ଼ି ରହିଥିଲା । ଅଣ୍ଡିରା ହାତୀର ଶୁଣ୍ଢରେ ଏକ କ୍ଷତଚିହ୍ନ ରହିଥିବା ବେଳେ ଦାନ୍ତକୁ ଦୁର୍ବୃତ୍ତ କାଟି ନେଇଯାଇଥିବା ଜଣାପଡିଥିଲା । ସେହିପରି ହାତୀର ମୃତଦେହ ନିକଟରୁ କିଛି ରଡ୍ ବାଇଣ୍ଡିଙ୍ଗ ତାର ଓ ଇଂସୁଲେଟର ମିଳିଥିବା ବନବିଭାଗ କହିଛି ।

ହାତୀଙ୍କ ମୃତଦେହ ପଡିଥିବା ସ୍ଥାନ ଠାରୁ ୫୦ ମିଟର ଦୂର ରାସ୍ତାକଡରେ ଯାଇଥିବା ୧୧କେଭି ବିଦ୍ୟୁତ ଖୁଣ୍ଟର ତାର ସହ ବାଇଣ୍ଡିଙ୍ଗ ତାରକୁ ସଂଯୋଗ କରି ଶିକାର ପାଇଁ ଜାଲ ପକାଯାଇଥିଲା । ଯାହା ଫଳରେ ହାତୀ ସେହି ବାଟଦେଇ ଯିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ବନ ବିଭାଗ ଅନୁମାନ କରୁଛି । ତେବେ ଉଭୟ ହାତୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରିଥିବା ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ମୃତ ମାଈ ହାତୀର ବୟସ ପାଖାପାଖି ୩୦ ଓ ଅଣ୍ଡିରା ହାତୀର ବୟସ ପାଖାପାଖି ୮ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଏହି ହାତୀ ଦୁହିଁଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠେଇଛନ୍ତି ସମାଜସେବୀ । ଏହି ରେଞ୍ଜ ଅଧୀନରେ ଦୁଇ ମାସ ମଧ୍ୟରେ ୪ଟି ହାତୀକୁ ନିର୍ମମ ହତ୍ୟା କରାଯାଇଥିଲେ ମଧ୍ୟ ଜଙ୍ଗଲ ବିଭାଗ ନୀରବଦ୍ରଷ୍ଟା ହୋଇ ବସିଛି । ଏହା ସହ ହାତୀର ଦାନ୍ତ ଗୁଡିକୁ ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ । ବିଭାଗ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଇ ତଳ ତଳିଆ କର୍ମଚାରୀଙ୍କୁ ସସପେଣ୍ଡ କରି ଦେଉଛି । ତେବେ ଏଥିରେ ତଳ ତଳିଆଙ୍କୁ ବଳି ନ ପକେଇ ଉପରିସ୍ଥ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ସମାଜସେବୀ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details