ଓଡିଶା

odisha

ETV Bharat / state

କେନ୍ଦୁଝର ହାତୀ ମୃତ୍ୟୁ ଘଟଣା, ଆଉ ଜଣେ ଶିକାରୀ ଗିରଫ

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କଳାପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା । ଏହି ଘଟଣାରେ ବନବିଭାଗ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଚଗଲୁ ପାତ୍ର । ଅଧିକ ପଢ଼ନ୍ତୁ

କେନ୍ଦୁଝର ହାତୀ ମୃତ୍ୟୁ ଘଟଣା, ଜଣେ ଗିରଫ
କେନ୍ଦୁଝର ହାତୀ ମୃତ୍ୟୁ ଘଟଣା, ଜଣେ ଗିରଫ

By

Published : Nov 16, 2022, 11:39 AM IST

କେନ୍ଦୁଝର:ତେଲକୋଇ ରେଞ୍ଜ କଳାପାଟ ଜଙ୍ଗଲରେ ହାତୀକୁ ତୀର ମାରି ହତ୍ୟା । ଏହି ଘଟଣାରେ ବନବିଭାଗ ଆଉ ଜଣେ ଶିକାରୀକୁ ଗିରଫ କରିଛି । ଗିରଫ ଶିକାରୀ ଜଣକ ଚଗଲୁ ପାତ୍ର । ଚଗଲୁ ଠାରୁ ବନବିଭାଗ ଏକ ବନ୍ଧୁକ ସହିତ ଧନୁ ତୀର ଜବତ କରିଛି । ଏହାସହ ଚଗୁଲୁ ନାଁରେ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରିଛି । ଗତ ୭ତାରିଖରେ ତେଲକୋଇ ରେଞ୍ଜ ଅଞ୍ଚଳରେ ଏକ ମାଇ ହାତୀକୁ ଚଗୁଲୁ ତୀର ମାଧ୍ୟମରେ ହତ୍ୟା କରିଥିଲା । ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଜଙ୍ଗଲ ବିଭାଗ ପକ୍ଷରୁ ଗିରଫ କରାଯାଇଥିଲା ।

ମଙ୍ଗଳବାର ଏହି ଘଟଣାରେ ଆଉ ଜଣେ ଶିକାରୀକୁ ଗିରଫ କରିଛି ବନବିଭାଗ । ଏପରିକି ଉକ୍ତ ଘଟଣାରେ ଦୁଇ ଜଣ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜଙ୍ଗଲ ବିଭାଗ । ଏହି ଶିକାର ନେଇ ଆହୁରି ଅଧିକ ତଦନ୍ତ ଚଳାଇଛି ବିଭାଗ ବୋଲି ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍ର କୁଳିଆପାଳ ନିକଟରୁ ଏକ ମାଈହାତୀ ଓ ଏକ ହାତୀ ଶାବକର ଗଳିତ ମୃତଦେହ ଠାବ ହୋଇଥିଲା । କିଛିଦିନ ଧରି କୁଳିଆପାଳ ଅଞ୍ଚଳରେ ପ୍ରବଳ ଦୁର୍ଗନ୍ଧ ହେଉଥିଲା । ସ୍ଥାନୀୟ ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ମାଈ ଏବଂ ଛୁଆହାତୀର ଗଳିତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ମାଈ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ବେଳେ ପେଟରୁ ଏକ ତୀର ବାହାରିଥିଲା । ହାତୀକୁ କେହି ତୀର ମାରି ହତ୍ୟା କରିଥିବା ସ୍ପଷ୍ଟ ହେବାପରେ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ସମୟରେ ଦୁଇ ଜଣଙ୍କୁ ପ୍ରଥମେ ବନ ବିଭାଗ ଗିରଫ କରିଥିଲା । ହେଲେ ଏଥିରେ ସାମିଲ ଥିବା ମୁଖ୍ୟ ଶିକାରୀ ଫେରାର ଥିଲା । ମଙ୍ଗଳବାର ମୁଖ୍ୟ ଶିକାରୀକୁ ଗିରଫ କରାଯାଇଛି ।

ସୂଚନାନୁସାରେ ରାଜ୍ୟରେ ଦିନକୁ ଦିନ ଏମିତି ଗୋଟିଏ ପରେ ଗୋଟିଏ ହାତୀର ଜୀବନ ଯାଉଛି । ହେଲେ ବନବିଭାଗ ଏଥିପ୍ରତି କାହିଁକି ସଜାଗ ରହୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି । କେଉଁଠି ବିଦ୍ୟୁତ୍‌ ତାର ବିଛାଇ ହାତୀର ଜୀବନ ନିଆଯାଉଛି ତ ପୁଣି କେଉଁଠି ଗୁଳି କରି ହାତୀର ହତ୍ୟା କରାଯାଉଛି । ଯାହାକୁ ନେଇ ବିପଦରେ ଗଜରାଜ । ହାତୀ ସୁରକ୍ଷା ନେଇ ଅନେକ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ବି ହାତୀ ମୃତ୍ୟୁ ମାମଲା ଥମିବାରେ ନାଁ ନେଉନି ।


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details