କେନ୍ଦୁଝର:କେନ୍ଦୁଝରରେ ହାତୀ ମୃତ୍ୟୁ ଘଟଣାରେ ଲାଗୁନି ବ୍ରେକ୍ । ଟ୍ରେନ ଧକ୍କାରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆଜି ସକାଳେ କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଜଗନ୍ନାଥପୁର ରେଲୱେ ଲାଇନ କଡ଼ରେ ହାତୀଟିର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା ।ଏନେଇ ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି ବନ ବିଭାଗ ଟିମ ।
କେନ୍ଦୁଝର ଜିଲ୍ଲାରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି । ଆଜି(ବୁଧବାର) କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ନୟାଗଡ଼ ବିଟ ପଲସା ପଞ୍ଚାୟତର ଜଗନ୍ନାଥପୂର ରେଲୱେ ଲାଇନ କଡ଼ରେ ହାତୀ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଆଜି ଭୋର 5ଟା ସମୟରେ ଟ୍ରେନରେ ପିଟି ହୋଇ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଜଗନ୍ନାଥପୁର ଅଞ୍ଚଳର ରେଲଓ୍ବେ ଲାଇନ କଡରେ ଏକ କ୍ଷତବିକ୍ଷତ ହାତୀ ମୃତ ଦେହ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ବନବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ହାତୀ ମୃତଦେହ ଯାଞ୍ଚ କରିବା ସହ ଅଧିକ ତଦନ୍ତ ଚଳାଇଛି । ଅନ୍ୟପଟେ ମିଳିତ ଟାସ୍କ ଫୋର୍ସ ଓ ଭେଟେନାରି ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ..କେନ୍ଦୁଝରରେ ବନଖଣ୍ଡରେ ଚିକିତ୍ସାଧୀନ ହାତୀ ଶାବକର ମୃତ୍ୟୁ