ଓଡିଶା

odisha

By

Published : Feb 4, 2020, 2:50 PM IST

ETV Bharat / state

ବନବିହାରୀପୁର ଗାଁରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

କେନ୍ଦୁଝରରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ଘର ଭାଙ୍ଗିବା ସହ ଉଜାଡୁଛନ୍ତି ଅନେକ ଫସଲ । ଅଧିକ ପଢନ୍ତୁ.....

ବନବିହାରୀପୂର ଗାଁରେ ହାତୀ ଉପଦ୍ରବ
ବନବିହାରୀପୂର ଗାଁରେ ହାତୀ ଉପଦ୍ରବ

କେନ୍ଦୁଝର: ତେଲକୋଇ ରେଞ୍ଜ ଅଧିନସ୍ଥ ବନବିହାରୀପୁର ଗାଁରେ ହାତୀପଲଙ୍କ ଉପଦ୍ରବ। ମଙ୍ଗଳବାର ସକାଳୁ ହାତୀପଲ ଗାଁ ଭିତରେ ପଶି ଚାଷୀଙ୍କ ଏକର ଏକର ଆଳୁ ଫସଲକୁ ଖାଇଯିବା ସହ ଦଳିମକଚି ନଷ୍ଟ କରିଦେଇଛନ୍ତି ।

ବନବିହାରୀପୂର ଗାଁରେ ହାତୀ ଉପଦ୍ରବ

ତେବେ ଗାଁ ପାଖ ଜଙ୍ଗଲରେ ହାତୀପଲ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ରାତିରେ ହାତୀଙ୍କୁ ଘଉଡାଇବା ପାଇଁ ଗାଁ ଲୋକେ ଏକାଠି ହୋଇ ଚେଷ୍ଟା କରି ବିଫଳ ହୋଇଛନ୍ତି । ବିଭିନ୍ନ ସମୟରେ ଚାଷୀଙ୍କ ବିଭିନ୍ନ ଫସଲ ଉଜାଡି ଦେଉଥିବାରୁ ଚିନ୍ତାରେ ଚାଷୀ କୂଳ। ବନବିଭାଗ ହାତୀମାନଙ୍କ ଗତିବିଧି ଅନୁଧ୍ୟାନ କରି ହାତୀଙ୍କୁ ଘଉଡାଇବାରେ ବିଫଳ ହେବା ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details