ଓଡିଶା

odisha

By

Published : Jan 6, 2020, 2:29 PM IST

ETV Bharat / state

ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ, ଅଳ୍ପକେ ବର୍ତ୍ତିଲେ ଚାଷୀ

କେନ୍ଦୁଝରରେ ଥମୁନି ହାତୀ ଉପଦ୍ରବ । ଅନେକ ସମୟରେ ଫସଲ ନଷ୍ଟ କରିବା ସହ ନେଉଛନ୍ତି ଅନେକ ଜୀବନ । ଅଧିକ ପଢନ୍ତୁ...

elephant
ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ

କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ । ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ଭାଙ୍ଗି ଦେଇଛନ୍ତି । ହେଲେ ମଞ୍ଚାରେ ଶୋଇଥିବା ଚାଷୀ ମଦନ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ତେଲକୋଇ ଖୁଣ୍ଟାପଡ଼ା ଗାଁରେ ହାତୀ ଉପଦ୍ରବ

ସେହିଭଳି ଉକ୍ତ ଗାଁର ସୁଶାନ୍ତ ପ୍ରଧାନ, କପିକେତନ ପ୍ରଧାନ ଓ ବିଭୂତି ପ୍ରଧାନଙ୍କର ପ୍ରାୟ ୩୦ ବସ୍ତା ଧାନ ମଧ୍ୟ ହାତୀ ଖଇବା ସହ ନଷ୍ଟ କରିଛନ୍ତି । ଏହା ସହିତ କଦଳୀ ଗଛ ଓ ନଡିଆ ଗଛକୁ ମଧ୍ୟ ନଷ୍ଟ କରିଛନ୍ତି । ସେପଟେ ବନବିହାରୀପୁର ଓ କନ୍ତଲେଇ ଗାଁରେ ମଧ୍ୟ ସମାନ ଅବସ୍ଥା ।

ଗାଁରେ କୋବି ଫସଲ ନଷ୍ଟ କରିବା ସହ ଘର ଭିତରୁ ଧାନ ବସ୍ତା ଟାଣି ଖାଇଯାଇଛନ୍ତି । ଯାହାକୁ ନେଇ ଭୟଭୀତ ଅଛନ୍ତି ଲୋକେ । ବିଲରୁ ଧାନ ଅମଳ ସରିଯାଇଥିବାରୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଥିବା ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details