ଓଡିଶା

odisha

ETV Bharat / state

ଚମ୍ପୁଆରେ ୨୧ ଟିକିଆ ହାତୀପଲଙ୍କ ଉପଦ୍ରବ

ଗାଁ ମୁହାଁ ହେବାରେ ଲାଗିଛନ୍ତି ହାତୀପଲ । ଆଉ ନଷ୍ଟ କରୁଛନ୍ତି ଲୋକଙ୍କ ଚାଷଜମି । ଏକ ୨୧ ଟିକିଆ ହାତୀପଲ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜାମୁଦଲକ ଅଞ୍ଚଳରେ ଚାଷଜମି ଆଦି ନଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...

By

Published : Jun 11, 2021, 8:03 PM IST

ଚମ୍ପୁଆରେ ୨୧ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରୀ
ଚମ୍ପୁଆରେ ୨୧ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରୀ

କେନ୍ଦୁଝର:ବଢି ଚାଲିଛି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ବନ୍ଦ ହେବାର ନା ନେଉନାହିଁ । ଆଜି (ଶୁକ୍ରବାର) ଏକ ୨୧ ଟିକିଆ ହାତୀପଲ ଉକ୍ତ ଅଞ୍ଚଳରେ ପଶି ଉତ୍ପାତ ଜାରି ରଖିଛନ୍ତି । ବିଶେଷ କରି ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜାମୁଦଲକ ଅଞ୍ଚଳରେ ଏହି ହାତୀ ପଲ ଚାଷଜମି ଆଦି ନଷ୍ଟ କରିଦେଇଛନ୍ତି ।

ଚମ୍ପୁଆରେ ୨୧ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରୀ

ଲୋକେ ହାତୀପଲଙ୍କୁ ଘଉଡାଇବା ବେଳେ ସେମାନେ ଇତସ୍ତତଃ ହୋଇ ଲୋକଙ୍କ ଚାଷଜମି ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଖବର ପାଇ ବନ ବିଭାଗ ଅଧିକାରୀ ପହଁଞ୍ଚି ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି ।

ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details