ଓଡିଶା

odisha

ETV Bharat / state

ପୁଣି ଦନ୍ତାହାତୀ ଆତଙ୍କ, ଆକ୍ରମଣରେ ସିଆଇଏସଏଫ୍ ଯବାନ ଗୁରୁତର - ହାତୀ ଆକ୍ରମଣରେ ଯବାନ ଗୁରୁତର

କେନ୍ଦୁଝରରେ ଆତଙ୍କ ଖେଳାଉଛି ଦନ୍ତା । ବଣୁଆ ଦନ୍ତାହାତୀ ଆକ୍ରମଣରେ ଜଣେ ସିଆଇଏସଏଫ ଯବାନ ଗୁରୁତର ହୋଇଛନ୍ତି। ଖବର ପାଇ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅଧିକ ଖବର ପଢନ୍ତୁ...

_Elephant attack
ପୁଣି ଦନ୍ତାହାତୀର ଆତଙ୍କ, ଆକ୍ରମଣରେ ଗୁରୁତର ସିଆଇଏସଏଫ୍ ଯବାନ

By

Published : Jan 18, 2020, 2:14 PM IST

କେନ୍ଦୁଝର: ପ୍ରଥମେ ବାଘ ଏବେ କେନ୍ଦୁଝର ଆତଙ୍କ ଖେଳାଉଛି ଦନ୍ତାହାତୀ। ଏଭଳି ଭୟାବହ ପରିସ୍ଥିତିରେ ଦିନ କାଟୁଛନ୍ତି ଜିଲ୍ଲାର ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସର ସ୍ଥାନୀୟ ଲୋକେ। ଘଟଣାକୁ ନେଇ ମାଇନ୍ସ କର୍ତ୍ତୃପକ୍ଷ ଓ ବନବିଭାଗ କର୍ତ୍ତୃପକ୍ଷ ସଲାସୁତୁରା ହୋଇ ନିରବଦ୍ରଷ୍ଟା ସାଜିଛନ୍ତି।

ଗତକାଲି ରାତିରେ ବଣୁଆ ଦନ୍ତାହାତୀ ଜଣେ ସିଆଇଏସଏଫ ଯବାନଙ୍କ ଘର ଭାଙ୍ଗିବା ସହ ଯବାନଙ୍କ ପେଟରେ ଦାନ୍ତ ଭୁସି ଦେଇଛି । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ କଳିଙ୍ଗନଗର ଟାଟା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୁଣି ଦନ୍ତାହାତୀର ଆତଙ୍କ, ଆକ୍ରମଣରେ ଗୁରୁତର ସିଆଇଏସଏଫ୍ ଯବାନ

ଖବର ମୁତାବକ, ବଙ୍ଗାଳୀ ସୋରେନ୍ ଜଣେ ସିଆଇଏସଏଫ ଯବାନ ହୋଇଥିବାବେଳେ ରାଉରକେଲାରେ ଚାକିରୀ କରୁଛନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ହେଲେ ଗତକାଲି ବିଳମ୍ବିତ ରାତିରେ ଦୈତାରୀ ଘରେ ଶୋଇଥିବାବେଳେ ଏକ ଦନ୍ତା ହାତୀ ଆସି ପ୍ରଥମେ ଘରକୁ ଭାଙ୍ଗିଥିଲା।


ଘର ଭାଙ୍ଗିବା ଶବ୍ଦ ଶୁଣି କୁନା ତାର ଭାଇ ବଙ୍ଗାଳୀ ଏବଂ ଘରର ସମସ୍ତ ସଦସ୍ୟ ଜୀବନ ବଞ୍ଚାଇବାକୁ ଘର ବାହାରକୁ ଦୌଡି ପଳାଉଥିଲେ। ଏହି ସମୟରେ ହାତୀଟି ଦୌଡି ଯାଇ ଘରର କିଛିବାଟ ଦୂରରେ ବଙ୍ଗାଳୀକୁ ମରଣାନ୍ତକ ଆକ୍ରମଣ କରିଥିଲା ।

ପରିବାରର ଅନ୍ୟ ସଦସ୍ୟମାନେ ବର୍ତ୍ତି ଯାଇଥିବାବେଳେ ବଙ୍ଗାଳୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି । ଘଟଣାର ଖବର ପାଇ ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ପରେ ଆହତ ପରିବାର ଓ ସରପଞ୍ଚ ସହ ଆଲୋଚନା କରିଛନ୍ତି।

ଏଥିସହ ସରକାରଙ୍କ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଓଏମସି ମାଇନ୍ସର ମନମୁଖୀ କାର୍ଯ୍ୟକୁ ନେଇ ଗତ କିଛି ଦିନ ହେବ ବନ୍ୟଜନ୍ତୁ ଗାଁ ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details