ଓଡିଶା

odisha

By

Published : Jun 2, 2021, 11:39 AM IST

ETV Bharat / state

କୋରୋନାରେ ମୃତ ଠିକା ବିଦ୍ୟୁତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବିକଲା ସଂଘ

କୋରୋନାରେ ପ୍ରାଣ ହରାଇଥିବା ଠିକା ବିଦ୍ୟୁତ କର୍ମଚାରୀଙ୍କୁ ମୃତ୍ୟୁକାଳୀନ ସୁବିଧା ଦେବା ପାଇଁ ଦାବି କରିଛି ବିଦ୍ୟୁତ କର୍ମଚାରୀ ସଂଘ ।

କୋରୋନାରେ ମୃତ ଠିକା ବିଦ୍ୟୁତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବିକଲା ସଙ୍ଘ
କୋରୋନାରେ ମୃତ ଠିକା ବିଦ୍ୟୁତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବିକଲା ସଙ୍ଘ

କେନ୍ଦୁଝର:କୋରୋନା ମହାମାରୀ ସମୟରେ ପ୍ରାଣ ହରାଇଥିବା ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମୃତ୍ୟୁକାଳୀନ ସହାୟତା ଦେବା ପାଇଁ ଦାବି । ଏନେଇ ଦାବି ଉଠାଇଛି ବିଦ୍ୟୁତ କର୍ମଚାରୀ ସଂଘ ।

କୋରୋନାରେ ମୃତ ଠିକା ବିଦ୍ୟୁତ କର୍ମଚାରୀଙ୍କୁ କ୍ଷତିପୂରଣ ଦାବିକଲା ସଙ୍ଘ

ଜିଲ୍ଲାର ୩୩/୧୧କେଭି ଷ୍ଟ୍ରକଚରରେ କାର୍ଯ୍ୟରତ ଠିକା କର୍ମଚାରୀ ଦିପକ ବଘେଲ, ଓଁମ ପ୍ରକାଶ ମହାନ୍ତ ରଜତ କୁମାର ମହାନ୍ତଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏହି ମୃତ କର୍ମଚାରୀଙ୍କର ମୃତ୍ୟୁକାଳୀନ ବୀମା,ପିଇଏଫ, ଇସଆଇ ଅର୍ଥରାଶି ପ୍ରଦାନ ଏବଂ ତାଙ୍କ ପରିବାରବର୍ଗର ଜଣକୁ ଉକ୍ତ ସ୍ଥାନରେ ଥଇଥାନ କରାଯିବା ପାଇଁ ଦାବି କରିଛି ବିଦ୍ୟୁତ କର୍ମଚାରୀ ସଂଘ । ଏନେଇ ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ କମ୍ପାନୀ କେନ୍ଦୁଝରର ଅଧିକ୍ଷଣ ଯନ୍ତ୍ରୀ ନାରାୟଣ ଦାସଙ୍କୁ ସଙ୍ଘ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଦାବି ନମାନିଲେ ଆଗାମୀ ଦିନରେ କର୍ମଚାରୀ କାର୍ଯ୍ୟରୁ ବିରତ ରହିବେ ବୋଲି ସଂଘ ଚେତାବନୀ ଦେଇଛି ।

କେନ୍ଦୁଝରରୁ ସନ୍ତୋଷ ମହାମାତ୍ର, ଇଟିଭି ଭାରତ

ABOUT THE AUTHOR

...view details