ଓଡିଶା

odisha

ETV Bharat / state

କେନ୍ଦୁଝରରେ ସୁରଖୁରରେ ଚାଲିଛି ଓକିଲ ସଂଘ ନିର୍ବାଚନ

ତିନି ମାସ ପର୍ଯ୍ୟନ୍ତ ହେବାକୁ ଥିବା ଜିଲ୍ଲା ଓକିଲ ସଂଘର ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

By

Published : Dec 12, 2020, 1:16 PM IST

ସୁରଖୁରରେ ଚାଲିଛି କେନ୍ଦୁଝର ଜିଲ୍ଲା ଓକିଲ ସଂଘର ନିର୍ବାଚନ
ସୁରଖୁରରେ ଚାଲିଛି କେନ୍ଦୁଝର ଜିଲ୍ଲା ଓକିଲ ସଂଘର ନିର୍ବାଚନ

କେନ୍ଦୁଝର: ଆଜି (ଶନିବାର) ଜିଲ୍ଲା ଓକିଲ ସଂଘର ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଆରମ୍ଭ ହୋଇଛି । ତିନି ମାସ ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆରମ୍ଭ ହୋଇଥିବା ଭୋଟିଂ ପକ୍ରିୟା ସୁରୁଖୁରୁରେ ଚଳୁଥିବା ଜଣାପଡିଛି। ସମସ୍ତ ପାର୍ଥୀ ନିଜ ସମର୍ଥକଙ୍କୁ ଭୋଟିଂ ନିଜ ସପକ୍ଷରେ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଜିଲ୍ଲାର ଏହି ମହତ୍ତ୍ବପୂର୍ଣ୍ଣ ସଙ୍ଘର ସଭାପତି ଓ ସମ୍ପାଦକ ପଦ ପାଇଁ ଦ୍ଵିମୁଖୀ ପ୍ରତିଯୋଗିତା ଚାଲୁଥିବା ଜଣାପଡିଛି।

ସୁରଖୁରରେ ଚାଲିଛି କେନ୍ଦୁଝର ଜିଲ୍ଲା ଓକିଲ ସଂଘର ନିର୍ବାଚନ

ଜିଲ୍ଲାର ଏହି ଗୁରୁତ୍ବପୂର୍ଣ୍ଣ ସଙ୍ଘର ନିର୍ବାଚନ ମୁକ୍ତ ଅବାଧ ଭାବେ କରିବା ପାଇଁ ଓକିଲ ସଂଘର ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆଜି(ଶନିବାର) ସନ୍ଧ୍ୟାରେ ଏହି ନିର୍ବାଚନର ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details