ଆନନ୍ଦପୁର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 8ଟି ଗାଈଙ୍କ ଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତରେ । ରବିବାର ଅପରାହ୍ନରେ ଝଡବର୍ଷା ବେଳେ ହାଟଡିହି ପଞ୍ଚାୟତ ଅଣା ଗାଁ ନିକଟରେ ୧୧କେଭି ବିଦ୍ୟୁତ ଖୁଣ୍ଟରୁ ତାର ଛିଣ୍ଡି ପଡିଥିଲା । କିନ୍ତୁ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଏହା ଜାଣିନଥିଲେ ।
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮ ଗାଈ ମୃତ - କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତରେ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା 8ଟି ଗାଈଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ପଞ୍ଚାୟତରେ । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ୮ଗାଈ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆଶି ୮ଗାଈ ମୃତ
ଆଜି ସକାଳୁ ହାଟଡିହି ଗାଁର ଗାଈଗୋରୁ ଚରିବାକୁ ବିଲକୁ ଆସିଥିବା ବେଳେ ଏହି ତାର ସଂସ୍ପର୍ଶରେ ଆସି ୫ଜଣ ବ୍ୟକ୍ତିଙ୍କ ୮ଟି ଗାଈ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାସହ ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଏପରି ହୋଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ