କେନ୍ଦୁଝର: ଅବକାରୀ ବିଭାଗ ପକ୍ଷରୁ ନକଲି ମଦ ଧରପଗଡ଼ ଅଭିଯାନକୁ ଜୋରଦାର କରାଯାଇଛି । କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଘୁଟୁର ଅଞ୍ଚଳରୁ ବିପୁଳ ପରିମାଣରେ ନକଲି ମଦ ଜବତ କରାଯାଇଛି । ନକଲି ମଦ ଚୋରା କାରାବାର ଘଟଣାରେ ୫ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଅବକାରୀ ବିଭାଗ ପକ୍ଷରୁ ଟାଉନ ଥାନା ଅନ୍ତର୍ଗତ ଘୁଟୁର ଗ୍ରାମର ପଙ୍କଜ ସେଠିଙ୍କ ଘର ଉପରେ ଚଢାଉ କରାଯାଇ ୧୮ପେଟି ନକଲି ମଦ ଜବତ କରାଯାଇଛି । ଏହି ଘଟଣାରେ ସହ ଅଭିଯୁକ୍ତ ଚନ୍ଦନକୁ ଅବକାରୀ ବିଭାଗ ଗିରଫ କରିଛି । ସେହିପରି ଅନ୍ୟ ଏକ ଘଟଣାରେ ପାଟଣା ଅଞ୍ଚଳରୁ ୫୩ ଲିଟର ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ସମସ୍ତ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।