ଓଡିଶା

odisha

ETV Bharat / state

ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ତ, ସ୍କୁଲରେ କଟୁରୀ ଧରି ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ - ସ୍କୁଲରେ ପିଲାଙ୍କୁ ଆକ୍ରମଣ

କେନ୍ଦୁଝର ସଦର ଭାଲିଆଡିହି ଅଞ୍ଚଳରେ ଅଭାବନୀୟ ଘଟଣା । ସ୍କୁଲ ପରିସରରେ କଟୁରୀ ଥରି ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇଲା ମଦ୍ୟପ ଯୁବକ । ଅଧିକ ପଢ଼ନ୍ତୁ

drunk man attacked on students
drunk man attacked on students

By

Published : Mar 14, 2023, 7:00 AM IST

ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ତ

କେନ୍ଦୁଝର:ମଦ୍ୟପ ଯୁବକର ଅମାନୁଷିକ କାଣ୍ଡ । ସ୍କୁଲ ଭିତରେ ପଶି ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିବା ସହ ଶିକ୍ଷୟିତ୍ରୀଙ୍କ କଟୁରୀରେ ହାଣିଲା । କେନ୍ଦୁଝର ସଦର ଭାଲିଆଡିହି ଅଞ୍ଚଳରେ ମଦ୍ୟପ ଯୁବକର ଏଭଳି ଏକ ଅମାନୁଷିକ ବର୍ବର କାଣ୍ଡ ଦେଖିବାକୁ ମିଳିଛି । କଟୁରୀ ଚୋଟରେ ଶିକ୍ଷୟିତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ସଦର ବ୍ଲକ ଅନ୍ତର୍ଗତ ଭାଲିଆଡିହି ଉଚ୍ଚ ବିଦ୍ୟାଳୟରେ ପାଠ ପଢା ଚାଲିଥିବା ବେଳେ କାର୍ଜୀ ନାମକ ଜଣେ ମଦ୍ୟପ ଯୁବକ ସ୍କୁଲ ପରିସରକୁ ପଶି ଆସିଥିଲା । ଶିକ୍ଷୟିତ୍ରୀମାନଙ୍କ ବାରଣ ସତ୍ତ୍ୱେ ଏକ କଟୁରୀ ଧରି ସ୍କୁଲ ଛୁଆଙ୍କୁ ଗୋଡ଼ାଇ ଥିଲା । କୁନିକୁନି ଛାତ୍ରଛାତ୍ରୀମାନେ ପ୍ରାଣ ବିକଳରେ ସ୍କୁଲ ପରିସରରେ ଏତେତେଣେ ଦୌଡ଼ି ଥିଲେ । ଅନେକ ପଡ଼ି ଖଣ୍ଡିଆ ଖାବରା ମଧ୍ୟ ହୋଇଛନ୍ତି । ମଦ୍ୟପ ଜଣକ ଅନେକ ପିଲାଙ୍କୁ ମାଡ଼ ମାରି ଆହତ କରିଥିବା ଜଣାପଡିଛି । ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ବଞ୍ଚାଇବାକୁ ଯାଇ ମଦ୍ୟପ ବ୍ୟକ୍ତିକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ସେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି । କଟୁରୀ ସାହାଯ୍ୟରେ ଉକ୍ତ ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଆକ୍ରମଣ କରିବା ଫଳରେ ରକ୍ତାକ୍ତ ହୋଇ ଗୁରୁତର ହୋଇପଡ଼ିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ପୂର୍ବତନ ସାଂସଦଙ୍କ ପୋଷ୍ୟ ପଞ୍ଚାୟତର ବିକଳ ଚିତ୍ର, ରାସ୍ତା ନଥିବାରୁ ମୃତଦେହ ଖଟିଆରେ ବୋହିଲେ ସମ୍ପର୍କୀୟ

ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରିଥିଲେ । ତେବେ ମଦ୍ୟପ ବ୍ୟକ୍ତି ନାମରେ ସ୍କୁଲ କର୍ତ୍ତୃପକ୍ଷ କେନ୍ଦୁଝର ସଦର ଥାନାରେ ଏକ ଏତଲା ଦେଇଛନ୍ତି । ମଦ୍ୟପ ବ୍ୟକ୍ତିର ଉନ୍ମକ୍ତ କାଣ୍ଡର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହିପରି ଅମାନୁଷିକ ଘଟଣା କେନ୍ଦୁଝରରେ ଆଲୋଡନ ସୃଷ୍ଟି କରିଛି । ଅନେକ ସ୍କୁଲରେ କେବଳ ଶିକ୍ଷୟିତ୍ରୀ ନିଯୁକ୍ତି ହେଉଥିଲା ବେଳେ ଏହି ଘଟଣା ସେମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି ।

ତେଣୁ ଶିକ୍ଷା ବିଭାଗର ପଦାଧିକାରୀମାନେ ଏହାକୁ ଏବେ ଗୁରୁତ୍ଵ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀମାନଙ୍କ ନିରାପତ୍ତା ସୁରକ୍ଷିତ କରିବାକୁ ଦାବି ହେଉଛି । ଏହି ଅଭିଯୁକ୍ତକୁ କଠିନ ଦଣ୍ଡ ଦେବା ସହ ପାଖରେ ଥିବା ମଦ ଭାଟି ଉଚ୍ଛେଦ ଲାଗି ଜନସାଧାରଣ ଦାବି କରିଛନ୍ତି । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲେ ହେଁ ଏଯାଏଁ ମଦ୍ୟପ ଯୁବକ ଧରା ପଡିନଥିବା ଜଣାପଡିଛି । ତେବେ ଏନେଇ ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details