କେନ୍ଦୁଝର: ବିଦ୍ୟୁତ ତାର ଲାଗି ଚାଳକ ମୃତ । ଟ୍ରକ ଉପରେ ପାଲ ବାନ୍ଧୁଥିବା ସମୟରେ ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଡ୍ରାଇଭରର ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ସ୍ବାମଶାସନରେ ।
ପାରାଦ୍ବୀପରୁ ଆସିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ ପାଟଣା ସ୍ବାମଶାସନରେ ସିମେଣ୍ଟ ଖାଲି କରିବା ପରେ ଡ୍ରାଇଭର ଜଣଙ୍କ କେବିନ୍ରେ ଚଢି ପାଲ ବାନ୍ଧୁଥିଲେ । ଏହି ସମୟରେ ଏକ ଅଘଟଣ ଘଟିଲା । 11କେଭି ତାରରେ ଲାଗିଯିବାରୁ ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ପାଟଣା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।