ଓଡିଶା

odisha

ETV Bharat / state

ଡମ୍ଫର ଭିତରୁ ଡ୍ରାଇଭରର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ - dumper driver

ଡମ୍ପର ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର। ମୃତ ଡ୍ରାଇଭରର ନାଁ ଦୟାନିଧୀ ନାୟକ। ତାଙ୍କ ଘର ହରିଚନ୍ଦନପୁର ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ବୋଲି ଜଣାପଡିଛି । ହୃଦଘାତ ଯୋଗୁଁ ଡ୍ରାଇଭର ଜଣକ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅଧିକ ପଢନ୍ତୁ...

ଡ୍ରମ୍ଫର ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଡ୍ରମ୍ଫର ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Feb 10, 2021, 3:14 PM IST

Updated : Feb 10, 2021, 5:08 PM IST

ଆନନ୍ଦପୁର: ଡମ୍ପର ଭିତରୁ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର। ମୃତ ଡ୍ରାଇଭର ନାଁ ଦୟାନିଧି ନାୟକ । ତାଙ୍କ ଘର ହରିଚନ୍ଦନପୁର ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରାମ ବୋଲି ଜଣାପଡିଛି। ତେବେ ମୃତଦେହ ଆଜି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଦୈତାରି ଥାନା ଅନ୍ତର୍ଗତ ରାସୋଳ ମାଝିସାହି ନିକଟରୁ OR 09K 1064 ନମ୍ବର ଏକ ଗାଡି ଭିତରୁ ମିଳିଛି ।

ଗାଡିର ମାଲିକ ପ୍ରଶାନ୍ତ କୁମାର ସାହୁଙ୍କ କହିବା ଅନୁଯାୟୀ, ଗତ ରବିବାର ଠାରୁ ଡ୍ରାଇଭର ଦୈତାରି ମାଇନ୍ସକୁ ଆଇରନ ଲୋଡ କରିବା ପାଇଁ ଆସିଥିଲା। ହେଲେ ଦୁଇଦିନ ପରେ ଗାଡିଟି ନଫେରିବାରୁ ଗାଡିମାଲିକ ଗାଡିକୁ ଚାରିଆଡେ ଖୋଜାଖୋଜି କରିବା ସହ ସନ୍ଧାନ ନେଉଥିଲେ ।

ଡମ୍ଫର ଭିତରୁ ଡ୍ରାଇଭରର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଆଜି ଅର୍ଥାତ ବୁଧବାର ସକାଳୁ କୌଣସି ସୂତ୍ରରୁ ଖବର ମିଳିଥିଲା ଗାଡିଟି ରାସୋଳ ମାଝିସାହି ମୁଖ୍ୟ ରାସ୍ତା କଡରେ ଅଛି। ତେବେ ଗାଡି ମାଲିକ ଘଟଣାସ୍ଥଳରେ ପହଁଞ୍ଚି ଦେଖିବା ପରେ ଡ୍ରାଇଭର ଜଣକ ମୃତ ଅବସ୍ଥାରେ ମିଳିଥିଲେ। ଏହାପରେ ମାଲିକ ସଙ୍ଗେ ସଙ୍ଗେ ନିକଟସ୍ଥ ଦୈତାରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଖବର ପାଇ ଆଇଆଇସି ତୁଳସୀ ମଂଜରୀ ଭୂୟାଁ ଓ ଏସ୍ ଆଇ ବୈଲୋଚନ ସିଂ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିବାପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ପଠାଇଛନ୍ତି । ଡ୍ରାଇଭର ଜଣଙ୍କର ଡାଇବେଟିସ ଥିବାରୁ ତାଙ୍କର ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ଅଧିକ ତଦନ୍ତ କରାଯିବ ଓ ମୃତ୍ୟୁର ପ୍ରକୃତ କାରଣ ଲୋକାଲୋଚନକୁ ଆସିବ ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

Last Updated : Feb 10, 2021, 5:08 PM IST

ABOUT THE AUTHOR

...view details