ଓଡିଶା

odisha

ETV Bharat / state

କେନ୍ଦୁଝରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ DMF ଶିକ୍ଷାବୃତ୍ତି ପ୍ରଦାନ

କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ମେଧାବୀ ଛାତ୍ରୀଛାତ୍ରଙ୍କୁ ଡିଏମଏଫ ଶିକ୍ଷାବୃତ୍ତି ପ୍ରଦାନ । ଏଭଳି ପ୍ରୟାସ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ କହିଲେ ଶିକ୍ଷକ । ଅଧିକ ପଢନ୍ତୁ...

କେନ୍ଦୁଝରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ DMF ଶିକ୍ଷାବୃତ୍ତି ପ୍ରଦାନ
ମେଧାବୀ ଛାତ୍ରୀଛାକେନ୍ଦୁଝରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ DMF ଶିକ୍ଷାବୃତ୍ତି ପ୍ରଦାନତ୍ରଙ୍କୁ DMF ଶିକ୍ଷାବୃତ୍ତି ପ୍ରଦାନ, ରାଜ୍ୟରେ ପ୍ରଥମ ପ୍ରୟାସ

By

Published : Sep 4, 2021, 9:07 PM IST

କେନ୍ଦୁଝର:ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ସହଯୋଗରେ ଜିଲ୍ଲାର ବିଭିନ୍ନ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ଶତାଧିକ ଦଶମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି ପ୍ରଦାନ କରାଯାଇଛି । ସ୍ଥାନୀୟ ଦରବାର ହଲ୍ ଠାରେ ଶନିବାର ଜିଲ୍ଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ୨୮୦ ଜଣଙ୍କୁ 40 ହଜାର ଟଙ୍କା ପର୍ଯ୍ୟନ୍ତ ଡିଏମଏଫ ଶିକ୍ଷାବୃତ୍ତି ଦିଆଯାଇଛି । ଏହି ବାବଦରେ ସମୁଦାୟ ୫୪.୮୦ ଲକ୍ଷ ଟଙ୍କା ବଣ୍ଟନ ହୋଇଛି ।

କେନ୍ଦୁଝରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ DMF ଶିକ୍ଷାବୃତ୍ତି ପ୍ରଦାନ

ଆଜିର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ତ୍ରିପାଠୀ ଭର୍ଚୁଆଲରେ ଯୋଗ ଦେଇ ରାଜ୍ୟରେ ପ୍ରଥମ ଥର କେନ୍ଦୁଝର ଜିଲ୍ଲାର ଏଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହାସହ କୃତି ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ମନ୍ତ୍ର ଦେବା ସହ ଅନ୍ୟ ଜିଲ୍ଲାମାନଙ୍କରେ ଏଭଳି ପ୍ରୟାସ କରାଯିବା ପାଇଁ କହିଛନ୍ତି । ଏହି ଅବସରରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ବିଭିନ୍ନ ସ୍ଥାନରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷାର୍ଥୀମାନେ ବେଶ୍ ଖୁସି ଥିବାବେଳେ ଏଭଳି ପ୍ରୟାସ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି ବିଦ୍ୟାଳୟର ଶିକ୍ଷକମାନେ ପ୍ରକାଶ କରିଛନ୍ତି । ସେହିପରି ଏହି ଡିଏମଏଫ ଶିକ୍ଷାବୃତ୍ତି ପ୍ରଦାନ ରାଜ୍ୟରେ ପ୍ରଥମ ବୋଲି ଜିଲ୍ଲାପାଳ କହିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details