କେନ୍ଦୁଝର:କେନ୍ଦୁଝର ଜିଲ୍ଲା ଏକ ଅବିଭକ୍ତ ଜିଲ୍ଲା ଭାବେ ପରିଗଣିତ । ଏହି ଜିଲ୍ଲା ଆଦିବାସୀ ବହୁଳ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ବିନା ଭୂବନ୍ଦୋବସ୍ତରେ ରହିଅଛି । ଜିଲ୍ଲାଟି ଅବିଭକ୍ତ ଜିଲ୍ଲା ହୋଇଥିଲେ ବି ଭୂବନ୍ଦୋବସ୍ତ କାର୍ଯ୍ୟ ପାଇଁ ସୁଦୂର ସମ୍ବଲପୁରରେ ଥିବା କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡୁଛି । ଫଳରେ ଗରିବ ଆଦିବାସୀ ଅଧ୍ୟୁଷିତ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ତେଣୁ ବହୁ ସଂଗଠନ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।
ତେବେ ଏନେଇ ଗତକାଲି କେନ୍ଦୁଝର ଜିଲ୍ଲାର ବହୁ ପ୍ରତିକ୍ଷିତ ଭୂବନ୍ଦୋବସ୍ତ ବିଭାଗର ଅତିରିକ୍ତ ରିଭିଜିନାଲ କୋର୍ଟ କାର୍ଯ୍ୟକ୍ଷମ ପାଇଁ ବାର ଆସୋସିଏସନ ପକ୍ଷରୁ ରାଜସ୍ୱ ବିଭାଗର ମନ୍ତ୍ରୀ ଓ ସଚିବଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ବାର ଆସୋସିଏସନର କହିବାନୁସାରେ, ସମଗ୍ର ଓଡ଼ିଶାରେ ୧୧ଟି ଏଭଳି କୋର୍ଟ ସ୍ଥାପନା ପାଇଁ ୨୦୨୧ ରେ ସରକାର ନିଷ୍ପତ୍ତି ନେଇଥିଲେ । ସେହି କ୍ରମରେ ଓଡ଼ିଶାରେ ୯ଟି କୋର୍ଟ କାର୍ଯ୍ୟକ୍ଷମ ହୋଇ ସାରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦୁଝରରେ ଏହା କାର୍ଯ୍ୟକ୍ଷମ ହୋଇପାରି ନାହିଁ । ବର୍ତ୍ତମାନ ଏହି କୋର୍ଟ ୩୫୦ କିମି ଦୂର ସମ୍ବଲପୁର ଠାରେ କାର୍ଯ୍ୟ କରୁଅଛି ।
ଏହା ମଧ୍ୟ ପଢନ୍ତୁ- Archana Nag gets Bail: ହାଇକୋର୍ଟରୁ ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ