ଆନନ୍ଦପୁର: ରଜ ଭୋଜି କରି ଗିରଫ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି । ଘଟଣାରେ ତାଙ୍କ ସହ 4 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ରାମଚନ୍ଦ୍ରପୁର ନିକଟ ଏକ ପଡିଆରେ ରବିବାର ରଜ ପର୍ବ ପାଇଁ ଭୋଜି ଭାତର ଆୟୋଜନ ହେଉଥିଲା । ଖବର ପାଇ ରାମଚନ୍ଦ୍ରପୁର ଓ ଘସିପୁରା ପୋଲିସ୍ ମିଳିତ ଭାବେ ଚଢାଉ କରିଥିଲା । ଘଟଣାସ୍ଥଳରେ ଅନେକ ଲୋକ ଏକାଠି ହୋଇ ଭୋଜିର ଆୟୋଜନ କରୁଥିବା ବେଳେ ପୋଲିସ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ଉପସଭାପତି ଅକ୍ଷୟ ସାହୁଙ୍କ ସମେତ 4 ଜଣଙ୍କୁ ଗିରଫ କରିଛି ।