କେନ୍ଦୁଝର: ୧୧୭ ପ୍ରବାସୀ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପଠାଇଲା କେନ୍ଦୁଝର ପ୍ରଶାସନ । 3ଟି ବସ ଯୋଗେ ଘରକୁ ଯିବା ପାଇଁ ସମ୍ବଲପୁର ଷ୍ଟେସନକୁ ପଠାଯାଇଛି । କରୋନା ଭାଇରସ କୋଭିଡ଼-୧୯ ମହାମାରୀର ରୂପ ଧାରଣ କରିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ଜାରି ରହିଛି । ଏହି ପରିସ୍ଥିତିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକ ଚାଲି ଚାଲି କିମ୍ବା ବିଭିନ୍ନ ଯାନରେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି ।
୧୧୭ ପ୍ରବାସୀ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପଠାଇଲା କେନ୍ଦୁଝର ପ୍ରଶାସନ - କେନ୍ଦୁଝର ଜିଲ୍ଲାପ୍ରଶାସନ
୧୧୭ ପ୍ରବାସୀ ଶ୍ରମିକଙ୍କୁ ଉତ୍ତରପ୍ରଦେଶ ପଠାଇଲା କେନ୍ଦୁଝର ପ୍ରଶାସନ । 3ଟି ବସ ଯୋଗେ ଘରକୁ ଯିବା ପାଇଁ ସମ୍ବଲପୁର ଷ୍ଟେଶନକୁ ପଠାଯାଇଛି ।
କେନ୍ଦୁଝର ଜିଲ୍ଲାପ୍ରଶାସନ
କେନ୍ଦୁଝର ଜିଲ୍ଲାପ୍ରଶାସନ
ତେଣୁ ପ୍ରବାସୀଙ୍କୁ ସୁରକ୍ଷିତ ଫେରାଇବା ପାଇଁ 3ଟି ବସ ଯୋଗେ ଘରକୁ ଯିବା ପାଇଁ ତାଙ୍କୁ ସମ୍ବଲପୁର ଷ୍ଟେସନକୁ ପଠାଯାଇଛି । ଉତ୍ତରପ୍ରଦେଶର ୧୧୭ ଜଣ ଶ୍ରମିକ ଏକ କଣ୍ଟେନର ଯୋଗେ ଯାଉଥିବା ବେଳେ ସୀମାବର୍ତ୍ତୀ ଚମ୍ପୁଆ ଠାରେ ତାଙ୍କୁ ପ୍ରଶାସନ ଉଦ୍ଧାର କରିଥିଲା । ଶ୍ରମିକଙ୍କୁ ତିନୋଟି ବସ ଯୋଗେ ତାଙ୍କ ଘରକୁ ଯିବା ପାଇଁ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପଠାଇବା ବ୍ୟବସ୍ଥା କରିଛି । ଏହି ବ୍ୟବସ୍ଥା ରେ ଶ୍ରମିକ ମାନେ ଖୁସି ବ୍ୟକ୍ତ କରିଛନ୍ତି।
କେନ୍ଦୁଝରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ