ଓଡିଶା

odisha

ETV Bharat / state

ପୁରୁଣା ସହରର ବସ ଷ୍ଟାଣ୍ଡରେ ଆବର୍ଜନା ପରିଚାଳନାକୁ ନେଇ ବିବାଦ - garbage recycling project near keonjhar

କେନ୍ଦୁଝର ଜିଲ୍ଲା ପୌରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରିଯିବା ନିଷ୍ପତ୍ତିକୁ ନେଇ ତେଜିଛି ବିବାଦ। ଏହା ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ। ଅଧିକ ପଢନ୍ତୁ...

ପୁରୁଣା ସହରର ବସ ଷ୍ଟାଣ୍ଡରେ ଆବର୍ଜନା ପରିଚାଳନାକୁ ନେଇ ବିବାଦ
ପୁରୁଣା ସହରର ବସ ଷ୍ଟାଣ୍ଡରେ ଆବର୍ଜନା ପରିଚାଳନାକୁ ନେଇ ବିବାଦ

By

Published : Jan 11, 2020, 6:01 PM IST

କେନ୍ଦୁଝର: କେନ୍ଦୁଝରଗଡ ପୌରପାଳିକା ପକ୍ଷରୁ ମଇଳା ଆବର୍ଜନା ପରିଚାଳନା ପ୍ରକଳ୍ପକୁ ପୁରୁଣା ସହରର ବସଷ୍ଟାଣ୍ଡ ନିକଟରେ ପ୍ରତିଷ୍ଠା କରାଯିବା ନିଷ୍ପତ୍ତିକୁ ନେଇ ଦେଖାଦେଇଛି ବିବାଦ । ଏନେଇ ସ୍ଥାନୀୟ ଲୋକେ ନିର୍ବାହୀ ଅଧିକାରୀ ନିରଞ୍ଜନ ଜେନାଙ୍କୁ ଲିଖିତ ଦାବିପତ୍ର ଦେଇ ସେଠାରେ ପ୍ରକଳ୍ପ ନ କରିବାକୁ କହିଛନ୍ତି। ସେଠାରେ ପ୍ରକଳ୍ପ ହେଲେ ବସଷ୍ଟାଣ୍ଡ ଓ ଏହା ଆଖପାଖ ସାହିବସ୍ତିର ପରିବେଶ ପ୍ରଦୂଷିତ ହେବ ବୋଲି ଲୋକେ ଦର୍ଶାଇଛନ୍ତି।

ପୁରୁଣା ସହରର ବସ ଷ୍ଟାଣ୍ଡରେ ଆବର୍ଜନା ପରିଚାଳନାକୁ ନେଇ ବିବାଦ

ବସଷ୍ଟାଣ୍ଡର ଉନ୍ନତୀକରଣ ପରିବର୍ତ୍ତେ ଏହାକୁ ଆବର୍ଜନା ସ୍ଥଳିରେ ପରିଣତ କରିବାକୁ ଉଦ୍ୟମ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଲୋକେ। ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଏହା ଦ୍ବାରା କ୍ଷତିଗ୍ରସ୍ତ ହେବ ବୋଲି ଅଭିଯୋଗକାରୀ କହିଛନ୍ତି। ଅନ୍ୟପକ୍ଷେ ପ୍ରସ୍ତାବିତ ପ୍ରକଳ୍ପ ନିର୍ମାଣ ସ୍ଥାନରେ ଆଗରୁ ଟ୍ୟାକ୍ସି ଷ୍ଟାଣ୍ଡ ପ୍ରତିଷ୍ଠା ପାଇଁ ଯୋଜନା ରହିଥିଲା । ଏହି ଅଞ୍ଚଳରେ ମତ୍ସ୍ୟ ବିଭାଗ, ରେଶମ ବିଭାଗ କାର୍ଯ୍ୟାଳୟ ଥିବା ବେଳେ ପ୍ରାଣୀଧନ ଚିକିତ୍ସାଳୟ ସମେତ ପୁରାତନ ସିଦ୍ଧ ବଳଦେବଜୀଉ ମନ୍ଦିର ଓ ବହୁ ସଂଖ୍ୟାରେ ବସ୍ତି ରହିଛି । ଏଭଳି ପ୍ରକଳ୍ପ ହେଲେ ଏହି ସ୍ଥାନର ସୌନ୍ଦର୍ଯ୍ୟହାନୀ ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details