କେନ୍ଦୁଝର: କୋରୋନାର ଦ୍ବିତୀୟ ଲହରରେ ବହୁ ଲୋକଙ୍କ ଜୀବନହାନି ହେଉଛି । ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ହସ୍ପିଟାଲ ଓ ସିସିସି ସେଣ୍ଟର ମାନ ନିର୍ମାଣ କରାଯାଇଛି । କିନ୍ତୁ ଏହି ସିସିସି ସେଣ୍ଟର ଓ କୋଭିଡ ହସ୍ପିଟାଲ ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ହେଉଛି ।
କେନ୍ଦୁଝର ଜିଲ୍ଲାରେ ମଧ୍ୟ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ନେଇ ରୋଗୀ ମୃତ୍ୟୁ ଘଟଣା ଓ ସିସିସି ସେଣ୍ଟର ଗୁଡିକରେ ଅନିୟମିତତା ନେଇ ଅଭିଯୋଗ ହେଉଛି । ଏହି ଅବ୍ୟବସ୍ଥା ସୁଧାରିବା ପାଇଁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ 15 ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲା ପ୍ରଶାସନକୁ ଦେଇ ଦାବି କରିଛି ।