ଓଡିଶା

odisha

ETV Bharat / state

ଡିଜିଟାଲ ଚିକିତ୍ସାଳୟ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ଦାବି - health companies lay off

ଛଟେଇ ହେଲେ ଡିଜିଟାଲ ଚିକିତ୍ସାଳୟ କର୍ମଚାରୀ। ଏନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛଟେଇ କର୍ମଚାରୀ। ଅଧିକ ପଢନ୍ତୁ

digital dispensary lays off
ଡିଜିଟାଲ ଚିକିତ୍ସାଳୟ କର୍ମଚାରୀଙ୍କୁ ଛଟେଇ

By ETV Bharat Odisha Team

Published : Sep 4, 2023, 7:17 PM IST

ଡିଜିଟାଲ ଚିକିତ୍ସାଳୟ କର୍ମଚାରୀଙ୍କୁ ଛଟେଇ

କେନ୍ଦୁଝର: ଛଟେଇ ହେଲେ ଡିଜିଟାଲ ଚିକିତ୍ସାଳୟ କର୍ମଚାରୀ । ପୁରାତନ ଠିକା ସଂସ୍ଥା ଦ୍ୱାରା ନିଯୁକ୍ତ କର୍ମଚାରୀମାନଙ୍କୁ ନୂତନ ସଂସ୍ଥା ପକ୍ଷରୁ ଛଟେଇ କରାଯାଇଛି। ନୂତନ ସଂସ୍ଥା ଫାର୍ମାସିଷ୍ଟ ପୁନଃ ନିଯୁକ୍ତି କରିଥିବାବେଳେ ୩୭ ଜଣ ଏଲଟି ଓ ଏଏନଏମମାନଙ୍କୁ ଅଗଷ୍ଟ ୩୧ ତାରିଖରୁ ଛଟେଇ କରାଯାଇଛି । ଏନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛଟେଇ କର୍ମଚାରୀ ।

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ଅପହଞ୍ଚ ଇଲାକାରେ ରୋଗୀଙ୍କୁ ହାତପାହାନ୍ତାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା କରିଆସୁଛନ୍ତି ସରକାର। ଏଥିପାଇଁ ଯୋଜନା ଉପରେ ଯୋଜନା ମଧ୍ୟ କରି ଚାଲିଛନ୍ତି । ଏହି ଯୋଜନାରେ ବହୁ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ମଧ୍ୟ ଦେଉଥିବା ସରକାର ପ୍ରଚାର ଚଳାଇଛନ୍ତି । କିନ୍ତୁ ବାସ୍ତବରେ ତାହା ଓଲଟା ବୋଲି ଅଭିଯୋଗ ହୋଇଛି।

ଆଜକୁ ୫ବର୍ଷ ତଳେ କେନ୍ଦୁଝର ଜିଲ୍ଲାର ଡିଏମଏଫ୍‌‌ ପାଣ୍ଠିରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୧୫ଟି ଡିଜିଟାଲ ଚିକିତ୍ସାଳୟ ଖୋଲାଯାଇ କାର୍ଯ୍ୟକ୍ଷମ ହୋଇ ଆସୁଛି। ଏହି ଚିକିତ୍ସାଳୟରେ ଏଲଟି, ଏଏନଏମ୍‌‌ ଓ ଫାର୍ମାସିଷ୍ଟ ସହ ଡାକ୍ତର ନିଯୁକ୍ତ କରାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଇ ଆସୁଛି। ଏଲଟି, ଏଏନଏମ୍‌‌ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦେଇଥିବା ଚୁକ୍ତିଭିତ୍ତିକ ସଂସ୍ଥାର କାର୍ଯ୍ୟକାଳ ଶେଷ ହେବା ପରେ ଚଳିତମାସ ୧ ତାରିଖଠାରୁ ନୂତନ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ବିନା ନୋଟିସରେ ଶ୍ରମିକଙ୍କୁ ଛଟେଇ ଅଭିଯୋଗ, ନ୍ୟାୟ ପାଇଁ ଶ୍ରମ ଅଧିକାରୀଙ୍କୁ ଗୁହାରି

ସେମାନଙ୍କ ସ୍ଥାନରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି । "ଜିଲ୍ଲା ତଥା ରାଜ୍ୟରେ ଶିକ୍ଷିତ ବେକାର ଯୁବକ ଯୁବତୀ ଚାକିରି ପାଇଁ ଘୁରି ବୁଲୁଥିବାବେଳେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦେବା କେତେଦୂର ଯୁକ୍ତିସଙ୍ଗତ ?" ବୋଲି ଛଟେଇ ହୋଇଥିବା କର୍ମଚାରୀ ଅଭିଯୋଗ କରିଛନ୍ତି । ଏନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ଛଟେଇ କର୍ମଚାରୀ ।" ଫାର୍ମାସିଷ୍ଟମାନଙ୍କ ଭଳି ଆମକୁ ମଧ୍ୟ ପୁନଃ ନିଯୁକ୍ତି ପ୍ରଦାନ ପୂର୍ବକ ନ୍ୟାୟ ପ୍ରଦାନ ନିମନ୍ତେ ଛଟେଇ ହୋଇଥିବା ଏଏନଏମ୍‌‌ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ । ଏହି କର୍ମଚାରୀଙ୍କ ମଧ୍ୟରେ ମଧୁସ୍ମିତା ଦାସ, ମିତାରାଣୀ ପ୍ରଧାନ, ସଶ୍ମୀତା ରାଉତ, ରିମା ନାଏକ, ଅନ୍ନପୂର୍ଣ୍ଣା ମହାନ୍ତ, ଇତିଶ୍ରୀ ବଳ, ସନ୍ଧ୍ୟାରାଣୀ ସିଂହ, ସୁନୀତାରାଣୀ ଗିରି, ରଞ୍ଜିତା ପ୍ରଧାନ ପ୍ରମୁଖ ସାମିଲ ହୋଇ ଏନେଇ ଅଭିଯୋଗ କରିବା ସହ କ୍ଷୋଭ ପ୍ରକଟ କରିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details