ଓଡିଶା

odisha

ETV Bharat / state

କଟକଣା ମଧ୍ୟରେ ବାଲୁଙ୍କେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ - shivratri under guidelines

କେନ୍ଦୁଝରର ସର୍ବପୁରାତନ ଶୈବ ମନ୍ଦିର ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ କୋରୋନା କଟକଣା ମଧ୍ୟରେ ଚାଲିଛି ସାଧାରଣ ଦର୍ଶନ । ଅଧିକ ପଢନ୍ତୁ...

କଟକଣା ମଧ୍ୟରେ ବାଲୁଙ୍କେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ
କଟକଣା ମଧ୍ୟରେ ବାଲୁଙ୍କେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

By

Published : Mar 11, 2021, 7:01 PM IST

କେନ୍ଦୁଝର: ମହାଦେବଙ୍କ ମହାଶିବରାତ୍ରି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଶୈବପୀଠଗୁଡିକରେ ସାମୟିକ ଭିଡ ପରିଲକ୍ଷିତ ହୋଇଛି । ବହୁ ସ୍ଥାନରେ ସାଧାରଣ ଦର୍ଶନ ବନ୍ଦ ରହିଥିବାବେଳେ କିଛି ମନ୍ଦିରରେ କଟକଣାକୁ ମାନି ଦର୍ଶନ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସର୍ବପୁରାତନ ଶୈବ ମନ୍ଦିର ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ମଧ୍ୟ କୋରୋନା କଟକଣା ମଧ୍ୟରେ ମହାଦେବଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

କଟକଣା ମଧ୍ୟରେ ବାଲୁଙ୍କେଶ୍ୱରଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ

ମନ୍ଦିର ପ୍ରଶାସନ ପକ୍ଷରୁ ଗହଳିକୁ ଏଡାଇବା ପାଇଁ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି । ଏହାସହ ସିଟି କିଡ୍ସ ବିଦ୍ୟାଳୟ ପକ୍ଷରୁ ମନ୍ଦିରର ପ୍ରବେଶ ଦ୍ବାରରେ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ଶ୍ରଦ୍ଧାଳୁ ମଧ୍ୟ କରୋନା କଟକଣା ମାନି ଦର୍ଶନ କରିବା ସହ ବ୍ୟବସ୍ଥାରେ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି । ମନ୍ଦିର ପକ୍ଷରୁ ସାଧାରଣ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଥିବାବେଳେ ସନ୍ଧ୍ୟାରେ ଦୀପ ଜାଳି ଜାଗର ପାଇଁ ବାରଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details