ଓଡିଶା

odisha

ETV Bharat / state

ମକରରେ କଟକଣା: ତାରିଣୀ ପୀଠରେ ସାଧାରଣ ଦର୍ଶନ ବନ୍ଦ - ମକରରେ କୋଭିଡ କଟକଣା

ମକର ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ତାରିଣୀ ପୀଠ । କୋଭିଡ ପାଇଁ ନିଷେଧାଦେଶ ଜାରି କଲା ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ମକରରେ କଟକଣା: ତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ
ମକରରେ କଟକଣା: ତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ

By

Published : Jan 12, 2022, 9:57 PM IST

କେନ୍ଦୁଝର:ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କୋଭିଡ କଟକଣା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ମଠ, ମନ୍ଦିର ଓ ଧର୍ମାନୁଷ୍ଠାନରେ ଭିଡ ଏଡାଇବା ପାଇଁ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୧୪ ତାରିଖରେ ମକର ସଂକ୍ରାନ୍ତି ଅବସରରେ କେନ୍ଦୁଝରର ପ୍ରସିଦ୍ଧ ମା’ ତାରିଣୀ ପୀଠରେ ସାଧାରଣ ଦର୍ଶନ ପାଇଁ ଜାରି ହୋଇଛି ନିଷେଧାଦେଶ । ଏହି ଗଣପର୍ଵରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ମା ତାରିଣୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବାରୁ ଏହି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।

ମକରରେ କଟକଣା: ତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ

ଏହାସହ ଏହି ଦିନ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିରରେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ଏହି ନିର୍ଦ୍ଦେଶନାମା ସମ୍ପର୍କରେ ମଧ୍ୟ ପତ୍ର ମାଧ୍ୟମରେ ସମସ୍ତ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏହି ଦିନ ସଧାରଣ ଦର୍ଶନ ବ୍ୟତୀତ ମନ୍ଦିର ଗୁଡିକରେ ପୂର୍ବପରି ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାବିଧି ଜାରି ରହିବା ନେଇ ସୂଚନା ମିଳିଛି ।

ମକରରେ କଟକଣା: ତାରିଣୀଙ୍କ ପୀଠରେ ସାଧାରଣ ଦର୍ଶନ ବନ୍ଦ

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details