କେନ୍ଦୁଝର: ଗୁରୁବାରଠାରୁ ରାଜ୍ୟରେ ବସ ଚଳାଚଳ ହେବ ବୋଲି ଘୋଷଣା କରିଥିଲେ ସରକାର । ଏନେଇ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବସ ଚଳାଚଳ ସ୍ବଭାବିକ ହେବ ବୋଲି ଆଶା କରାଯାଉଥିଲା । ହେଲେ ଜିଲ୍ଲାରେ କୌଣସି ଘରୋଇ ବସ ଚଳାଚଳ କରି ନଥିବା ବେଳେ ସରକାରୀ ସଚେତନତା ବିନା ବସ ଚଳାଚଳ ସ୍ବଭାବିକ ହେବ ନାହିଁ ବୋଲି ପ୍ରକାଶ କରିଛି ଘରୋଇ ବସ ମାଲିକ ସଙ୍ଘ ।
ସରକାରଙ୍କ ଘୋଷଣା ସତ୍ତ୍ବେ କେନ୍ଦୁଝରରେ ଗଡିଲାନି କୌଣସି ବସ - keonjhar bus association
ସରକାରୀ ସ୍ତରରେ ନିଷ୍ପତ୍ତି ସତ୍ତ୍ବେ କେନ୍ଦୁଝର ଜିଲ୍ଲାରେ ବସ ଚଳାଚଳ ଅସ୍ବଭାବିକ । ସରକାରୀ ସଚେତନତା ବିନା ବସ ଚଳାଚଳ ସ୍ବଭାବିକ ହେବ ନାହିଁ ବୋଲି ପ୍ରକାଶ କରିଛି ଘରୋଇ ବସ ମାଲିକ ସଙ୍ଘ । ଅଧିକ ପଢନ୍ତୁ...
ସରକାରଙ୍କ ଘୋଷଣା ସତ୍ତ୍ବେ କେନ୍ଦୁଝରରେ ଗଡିଲାନି କୌଣସି ବସ
ସରକାରଙ୍କ ଘୋଷଣା ସତ୍ତ୍ବେ କେନ୍ଦୁଝରରେ ଗଡିଲାନି କୌଣସି ବସ
ଅନ୍ୟପକ୍ଷେ ସରକାରୀ ବସ ସବୁ ପ୍ରବାସୀଙ୍କୁ ନେବା ଆଣିବା କାର୍ଯ୍ୟରେ ଲାଗିଛି । ଆଦେଶ ଆସିଲେ ରାସ୍ତାରେ ଘରୋଇବସ ନିୟମିତ ଭାବେ ଯାତାୟାତ କରିବା ବୋଲି ଅଧିକାରୀ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ସବୁଦିନ 300ରୁ ଉର୍ଦ୍ଧ୍ବ ଘରୋଇ ବସ ଚଳାଚଳ କରୁଥିବା ବେଳେ 16ଟି ସରକାରୀ ବସ ଚଳାଚଳ କରୁଛି । କେବେ ବସ ଚାଲିବ ଏ ନେଇ ଅପେକ୍ଷା କରି ରହିଛନ୍ତି ଯାତ୍ରୀ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ