ଓଡିଶା

odisha

ETV Bharat / state

କାଟାମାଟି ଲୌହ ଖଣି ପାଇଁ ହନ୍ତସନ୍ତ ଦେଓଝର, ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

କାଟାମାଟି ଲୌହ ଖଣି ପାଇଁ ହନ୍ତସନ୍ତ ସ୍ଥାନୀୟ ବାସିନ୍ଦା। ଫେବ୍ରୃଆରୀ 4ରେ ଜୋରଦାର ହେବ ଆନ୍ଦୋଳନ । ଅଧିକ ପଢନ୍ତୁ....

katamati mines
ଖଣି ପାଇଁ ହନ୍ତସନ୍ତ

By

Published : Jan 28, 2020, 9:44 PM IST

Updated : Jan 28, 2020, 10:22 PM IST

କେନ୍ଦୁଝର: କେନ୍ଦୁଝର ଯୋଡା ବ୍ଳକ ଦେଓଝର ପଞ୍ଚାୟତରେ ଟାଟା କମ୍ପାନୀ କାଟାମାଟି ଲୌହଖଣିରୁ ଲୌହ ଉତ୍ତୋଳନ କରିଆସୁଛି। 2016ରେ କମ୍ପାନୀ କର୍ତ୍ତୃପକ୍ଷ ଏକ ଗ୍ରାମସଭା କରି ଖଣି ଦ୍ବାରା ପ୍ରଭାବିତ ହେଉଥିବା ଅଞ୍ଚଳର ବିକାଶ ପାଇଁ ପ୍ରତିଶ୍ରୃତି ଦେଇଥିଲେ। ହେଲେ କମ୍ପାନୀ ସେହି ଅଞ୍ଚଳରେ କୈଣସି ବିକାଶ କରୁ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏନେଇ ପ୍ରଭାବିତ ଗ୍ରାମବାସୀମାନେ ଗତ 23 ତାରିଖରୁ କମ୍ପାନୀ ଗେଟ ସମ୍ମୁଖରେ ଧାରଣା ଦେଇଛନ୍ତି।

ଖଣି ପାଇଁ ହନ୍ତସନ୍ତ

କମ୍ପାନୀ କର୍ତ୍ତୃପକ୍ଷ କିଛି ନ ଶୁଣିବାରୁ ଫେବ୍ରୃଆରୀ 4ରେ ଆନ୍ଦୋଳନକୁ ଜୋରଦାର କରି ବନ୍ଦ କରିବାକୁ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏହି ଆନ୍ଦୋଳନକୁ ବିଜେପି ସମର୍ଥନ ଦେବ ବୋଲି ଏକ ପ୍ରେସମିଟରେ ବିଜେପି ନେତା ପ୍ରକାଶ କରିଛନ୍ତି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Jan 28, 2020, 10:22 PM IST

For All Latest Updates

TAGGED:

khaniband

ABOUT THE AUTHOR

...view details