ଓଡିଶା

odisha

ETV Bharat / state

ଘନ କୁହୁଡ଼ିରେ ଆଚ୍ଛାଦିତ କେନ୍ଦୁଝର ସହର - କେନ୍ଦୁଝର ଖବର

ସରିବାକୁ ବସିଲାଣି ଶୀତ ଋତୁ । ହେଲେ ନା କମୁଛି ଶୀତ ନା କୁହୁଡି । କେନ୍ଦୁଝର ଜିଲ୍ଲାରେ ଏବେ ବି କଲବଲ କରୁଛି ଘନ କୁହୁଡ଼ି । କୁହୁଡି ସାଙ୍ଗକୁ ଶୀତ ସାଧାରଣ ଲୋକଙ୍କ ଜୀବନ ଯାପନରେ ବାଧା ସୃଷ୍ଟି କରିଛି ।

ଘନ କୁହୁଡ଼ିରେ ଆଚ୍ଛାଦିତ କେନ୍ଦୁଝର ସହର
ଘନ କୁହୁଡ଼ିରେ ଆଚ୍ଛାଦିତ କେନ୍ଦୁଝର ସହର

By

Published : Jan 25, 2021, 10:31 AM IST

କେନ୍ଦୁଝର: ସରିବାକୁ ବସିଲାଣି ଶୀତ ଋତୁ । ହେଲେ ନା କମୁଛି ଶୀତ ନା କୁହୁଡି । କେନ୍ଦୁଝର ଜିଲ୍ଲାରେ ଏବେ ବି କଲବଲ କରୁଛି ଘନ କୁହୁଡ଼ି । ଫଳରେ ଜନ ଜୀବନକୁ ଅସ୍ତବ୍ୟସ୍ତ ହୋଇ ପଡିଛି। ଗତ ଦୁଇ ଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ସକାଳୁ ଘନ କୁହୁଡି ଦେଖିବାକୁ ମିଳୁଛି । କିନ୍ତୁ ଆଜି କେନ୍ଦୁଝର ସହରରେ ଏହି କୁହୁଡି ବ୍ୟାପକ ହୋଇଛି। କୁହୁଡି ସାଙ୍ଗକୁ ଶୀତ ସାଧାରଣ ଲୋକଙ୍କ ଜୀବନ ଯାପନରେ ବାଧା ସୃଷ୍ଟି କରିଛି ।

ଘନ କୁହୁଡ଼ିରେ ଆଚ୍ଛାଦିତ କେନ୍ଦୁଝର ସହର

ଏହି କୁହୁଡି ଆହୁରି ତିନି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୁହୁଡି ଓ ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାଯ୍ୟ ନେଉଥିବା ମଧ୍ୟ ଦେଖାଦେଇଛି । ଯାନବାହନ ଚଳାଚଳ ବ୍ୟାହତ ହୋଇଥିବା ବେଳେ କାମ ଧନ୍ଦା ମଧ୍ୟ ଠପ୍ ହୋଇପଡିଛି । ଯେପରି ଲାଗୁଛି ଶୀତ ଋତୁ କେନ୍ଦୁଝରର ଅଭିଛେଦ୍ୟ ଅଙ୍ଗ ଭଳି ଲାଗି ରହିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details