ଓଡିଶା

odisha

ETV Bharat / state

ଜୋର ଧରିଲା କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବି

କେନ୍ଦୁଝର ଜିଲ୍ଲା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାରେ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଦାବି ଜୋର ଧରିଛି । ଅଧିକ ପଢନ୍ତୁ...

By

Published : Mar 8, 2021, 3:52 PM IST

ଜୋର ଧରିଲା କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବି
ଜୋର ଧରିଲା କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବି

କେନ୍ଦୁଝର: ଜିଲ୍ଲା ଦେଶରେ ସର୍ବାଧିକ ବିଦେଶ ତଥା ଦେଶର ବିଭିନ୍ନ ଇସ୍ପାତ ଶିଳ୍ପକୁ ଲୌହ ରପ୍ତାନୀ କରିଥାଏ । କିନ୍ତୁ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଦାବି ସତ୍ତ୍ବେ ଏକ ଇସ୍ପାତ ପ୍ରକଳ୍ପ ସରକାର ପ୍ରତିଷ୍ଠା କରିବାରେ ଅସମର୍ଥ ହୋଇଛନ୍ତି ।

ଜୋର ଧରିଲା କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ଦାବି

ପୂର୍ବରୁ କେନ୍ଦୁଝର ଜିଲ୍ଲାରେ ମେଗା ଇସ୍ପାତ ପ୍ରକଳ୍ପ କରିବାକୁ ମିତଲ କମ୍ପାନୀ ଏମଓୟୁ କରିଥିଲା । କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ନକରି ଓହରି ଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ରାଜ୍ୟ ସରକାରଙ୍କ ନୂତନ ଏମଓୟୁ କରିଛି ।

କେନ୍ଦୁଝର ଜିଲ୍ଲା ପ୍ରତି ରାଜ୍ୟ ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି । କେନ୍ଦୁଝର ଜିଲ୍ଲାରେ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଦାବି ଜୋର ଧରିଛି ।

ଆଜି ସ୍ଥାନୀୟ ଗୁଜୁରାଟି ସମାଜ କଲ୍ୟାଣ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବିଭିନ୍ନ ଦଳ, ସାମାଜିକ ସଂଗଠନଙ୍କୁ ନେଇ ଆଲୋଚନା ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ନୂତନ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନହୋଇଛି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବୈଠକ ନିଷ୍ପତ୍ତି ନିଆଯାଇଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details