କେନ୍ଦୁଝର: ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରିଛି ବିଜେପି । ଏନେଇ କେନ୍ଦୁଝର ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୋଭଯାତ୍ରା ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦୁଝରକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ମୋର୍ଚ୍ଚା କର୍ମୀ ।
କେନ୍ଦୁଝରରେ ଇସ୍ପାତ ପ୍ରକଳ୍ପ ନିର୍ମାଣ ଦାବିରେ ବିକ୍ଷୋଭ - କେନ୍ଦୁଝରରେ ଇସ୍ପାତ ପ୍ରକଳ୍ପ ଦାବି
କେନ୍ଦୁଝର ଜିଲ୍ଲାରେ ଇସ୍ପାତ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି କଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...
ବିଜେପିର ଅଭିଯୋଗ ଅନୁଯାୟୀ, ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାରେ ସବୁ ଥାଇ ସୁଦ୍ଧା କିଛି ନାହିଁ । ଜିଲ୍ଲାରୁ ପ୍ରତିଦିନ ରେଳ ଓ ସଡକ ପଥ ଦ୍ବାରା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଇସ୍ପାତ କାରଖାନାକୁ ଲକ୍ଷାଧିକ ଟନ୍ ଲୁହାପଥର ଚାଲାଣ କରାଯାଇଥାଏ । ଏସବୁକୁ ଦୃଷ୍ଟିରେ ରଖି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ରାଉରକେଲା ପରେ କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଚିନ୍ତା କରି ଜମି ଚିହ୍ନଟ କରିଥିଲେ । କିନ୍ତୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାରେ ଗୋଟିଏ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ନ ହେବା ତଥା ଲୋକଙ୍କ ଦାବିକୁ ଅଣଦେଖା କରିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ