ଓଡିଶା

odisha

ETV Bharat / state

ତୁଳସୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା, ଦୂରରୁ ଦର୍ଶନ କରୁଛନ୍ତି ଭକ୍ତ - kendrapara news

ତୁଳସୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା । କୋରୋନା କଟକଣାରେ ହେଉଛି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ...

debasnana purnima ritual held in kendrapara
ତୁଳସୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା,ଦୂରରୁ ଥାଇ ଦର୍ଶନ କରୁଛନ୍ତି ଭକ୍ତ

By

Published : Jun 24, 2021, 12:05 PM IST

କେନ୍ଦ୍ରାପଡା:ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ବେଦୀରୁ ଓହ୍ଲାଇ ଆସିଲେଣି ମଣିବିଗ୍ରହ। ସାମାନ୍ୟ ବିଳମ୍ବ ସତ୍ତ୍ବେ ସକାଳ ୭ଟାରେ ସେବାୟତ ସମୁହ ଶ୍ରୀଜିଉଙ୍କୁ ପହଣ୍ଡି କରି ସ୍ନାନ ବେଦୀକୁ ଆଣିଛନ୍ତି। ୮ଟାରେ ସ୍ନାନ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ମଙ୍ଗଳ ଆଳତି କରାଯାଇ ପୂର୍ବ ରାତ୍ରିରୁ ଅଭିମନ୍ତ୍ରିତ ହୋଇ ରହିଥିବା ୧୦୮ଗରା ଜଳରାଶିରେ ସ୍ନାନ କରାଇବେ ସେବାୟତ। କୋରୋନା ପାଇଁ ବଳଦେବଜୀଉ ମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଛି । ଫଳରେ ଭଗବାନ ଏ ଦୁର୍ଲଭ ରୂପକୁ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି ଭକ୍ତ ।

ତୁଳସୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା,ଦୂରରୁ ଥାଇ ଦର୍ଶନ କରୁଛନ୍ତି ଭକ୍ତ

କୋଭିଡ଼ କଟକଣା ଭିତରେ ଗତ ମେ ୫ତାରିଖରୁ ମନ୍ଦିରରେ ସାଧାରଣ ଲୋକଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଅରୁଣ ସ୍ତମ୍ଭ ନିକଟରୁ ଦର୍ଶନ କରୁଥିଲେ ଭକ୍ତ। ଆଜି ସ୍ନାନ ପୂର୍ଣ୍ଣିମା ଥିବା କାରଣରୁ ପ୍ରଶାସନ ପକ୍ଷରୁ ଭିଡ ନିୟନ୍ତ୍ରଣ ଓ ସଂକ୍ରମଣ ନ ବ୍ୟାପିବା ପାଇଁ ୧୪୪ ଧାରା ଜାରି କରାଯାଇଛି। ବରଷକେ ଥରେ ଶ୍ରୀଜିଉ ସ୍ନାନ ମଣ୍ଡପକୁ ଆସୁଥିବା ବେଳେ ରଥଯାତ୍ରା ସମୟରେ ଦର୍ଶନ ଦେଇଥାନ୍ତି ଭକ୍ତ।

ଦେବସ୍ନାନ ପୂର୍ଣ୍ଣିମାରେ ତାଳଧ୍ବଜ ରଥର ଚକରେ ଅଖ ସଂଯୋଗ କରାଯିବା ବିଧି ରହିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ରଥ ନିର୍ମାଣକୁ ବାରଣ କରାଯାଇଛି। ତେବେ ପ୍ରଭୁ ବଳଦେବଜୀଉଙ୍କ ସମେତ ଶ୍ରୀ ଜଗନ୍ନାଥ,ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନକୁ ଦୂରରୁ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅନ୍ୟପଟେ ସ୍ନାନପୂର୍ଣ୍ଣିମା ବିଧିରେ ସାମାନ୍ୟ କାର୍ଯ୍ୟକ୍ରମ ସମୟ ବିଳମ୍ବ ହୋଇଥିବା ବେଳେ ମଧ୍ୟାହ୍ନରେ ଶ୍ରୀଜିଉଙ୍କ ସ୍ନାନ ପାଇଁ କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ABOUT THE AUTHOR

...view details