କେନ୍ଦୁଝର: ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ସାନଭାଇଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗଡ଼ା ପଞ୍ଚାୟତର ସରପଞ୍ଚଙ୍କ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଛି ।
ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି - କେନ୍ଦୁଝରରେ ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ
ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଗଡ଼ବାନ୍ଧଗଡ଼ା ପଞ୍ଚାୟତର ସରପଞ୍ଚଙ୍କ ଭାଇଙ୍କୁ ସଂଘବଦ୍ଧ ଆକ୍ରମଣ । ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ
ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି
ଅଭିଯୋଗ ଅନୁଯାୟୀ, ଆଜି ଗଡ଼ବାନ୍ଧୋଗଡ଼ା ସରପଞ୍ଚ ଶଶିକାନ୍ତ ଜେନାଙ୍କ ସାନଭାଇ ଧୀରେନ ଜେନା ଅଳତୀସ୍ଥିତ ବ୍ୟାଙ୍କରୁ କାମସାରି ଘରକୁ ଫେରିବା ସମୟରେ ଭଣ୍ଡାରିପଡ଼ା ରାସ୍ତା ନିକଟରେ କିଛି ଯୁବକ ତାଙ୍କୁ କାରରେ ଧକ୍କା ଦେଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅତ୍ୟଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, ଆନନ୍ଦପୁର