ଓଡିଶା

odisha

ETV Bharat / state

ଚାଷଜମିରେ ଅଜଣା ମୃତଦେହ; ହତ୍ୟା ସନ୍ଦେହ - murder in keonjhar kapaspada

କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ନିକଟସ୍ଥ କପାସପଡ଼ା ଗ୍ରାମ ନିକଟରେ ରାସ୍ତାକଡରେ ଥିବା ଏକ ବିଲ ମଝିରେ ଆଜଣା ବ୍ୟକ୍ତିର ମୃତଦେହ ପଡି ରହିଛି । ମୃତବ୍ୟକ୍ତିର ପରିଚୟ ମିଳିପାରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବିଲ ମଝିରେ ପଡିଛି ଅଚିହ୍ନା ବ୍ୟକ୍ତିର ମୃତଦେହ

By

Published : Oct 10, 2019, 5:10 PM IST

କେନ୍ଦୁଝର: ବିଲ ମଝିରେ ପଡି ରହିଛି ଆଜଣା ବ୍ୟକ୍ତିର ମୃତଦେହ । ଏହି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ପାଟଣା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ପର୍ଯ୍ୟଟନସ୍ଥଳୀ ନିକଟସ୍ଥ କପାସପଡ଼ା ଗ୍ରାମ ନିକଟରେ । ଉକ୍ତ ମୃତଦେହଟି ଦୁଇ ତିନିଦିନ ତଳର ବୋଲି ଅନୁମାନ କରାଯାଉଥିବା ବେଳେ କେହି ଦୁର୍ବୃତ୍ତ ହତ୍ୟା କରି ମୃତଦେହଟି ଏଠାରେ ପକାଇଥିବା ଅନୁମାନ କରାଯାଉଛି ।

ବିଲ ମଝିରେ ପଡିଛି ଅଚିହ୍ନା ବ୍ୟକ୍ତିର ମୃତଦେହ

ସୂଚନାନୁଯାୟୀ, ସ୍ଥାନୀୟ ଅଞ୍ଚଳର ଲୋକ ଚାଷଜମିକୁ ଯାଉଥିବା ସମୟରେ ମୃତ ଦେହଟି ପଡିଥିବାର ଦେଖି ନିକଟସ୍ଥ ଢେ଼ଙ୍କିକୋଟ ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ମୃତବ୍ୟକ୍ତି ଜଣକ ମଧ୍ୟବୟସ୍କ ବୋଲି ଜଣା ପଡୁଥିବା ବେଳେ ସେ ଏକ କଳାରଙ୍ଗର ପ୍ୟାଣ୍ଟ୍ ଓ ଧଳାରଙ୍ଗର ଫୁଲସାର୍ଟ ପିନ୍ଧି ଥିବାର ଦେଖିବାକୁ ମିଳିଛି ।

ଅଧିକ ତଦନ୍ତ ପାଇଁ ଘଟଗାଁ ଏସଡିପିଓ ରବୀନ୍ଦ୍ର ମଲ୍ଲିକ ଓ ଥାନା ଅଧିକାରୀ ବନ୍ଦନା ପାତ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ମୃତ ବ୍ୟକ୍ତିର କୌଣସି ପରିଚୟ ମିଳି ପାରିନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details