ଓଡିଶା

odisha

By

Published : May 20, 2020, 4:35 PM IST

ETV Bharat / state

ସରକାରୀ ରିଲିଫ୍‌ ଫଣ୍ଡକୁ 12 ହଜାର ଦାନ କଲା ଦାରା ସିଂ

ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲରେ ସଜା କାଟୁଛନ୍ତି ରବୀନ୍ଦ୍ର ପାଲ ଓରଫ ଦାରା ସିଂ ।

v
ସରକାରୀ ରିଲିଫ୍‌ ଫଣ୍ଡକୁ 12 ହଜାର ଦାନ କଲା ଦାରା ସିଂ

କେନ୍ଦୁଝର: କୋଭିଡ-୧୯ ର ଭୟଭୟତାକୁ ଦେଖି ସରକାରଙ୍କୁ ବହୁ ସ୍ଥାନରୁ ସହାୟତାର ହାତ ବଢୁଛି । ତେବେ ଏହି ମହାମାରୀ ପରିସ୍ଥିତିରେ ରିଲିଫ ଫଣ୍ଡକୁ ସହାୟତା କରି ଉଦାହରଣ ପାଳିଟିଛନ୍ତି କଏଦୀ ଦାରା ସିଂ । ସେ କେନ୍ଦୁଝର ଜେଲରେ ଆଜୀବନ ସଜା କାଟୁଛନ୍ତି ।

ସରକାରୀ ରିଲିଫ୍‌ ଫଣ୍ଡକୁ 12 ହଜାର ଦାନ କଲା ଦାରା ସିଂ

ତେବେ ସେ ଜେଲରେ ଉପାର୍ଜିତ କରିଥିବା ଅର୍ଥକୁ କୋଭିଡ-୧୯ର ସହାୟତା ପାଇଁ ସରକାରଙ୍କୁ ଦାନ କରିଛନ୍ତି । ଗତ ଏକ ବର୍ଷରେ ସେ ପାଇଥିବା 12 ହଜାର ଟଙ୍କାକୁ କୋଭିଡ-୧୯ରେ ଖର୍ଚ୍ଚ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ 6 ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ଏନେଇ ସେ ଜେଲ ଡିଜିଙ୍କ ନିକଟରେ ଆବେଦନ କରିଥିଲେ । ଜେଲ ଡିଜି ଏନେଇ ସହମତି ପ୍ରଦାନ କଲା ପରେ କେନ୍ଦୁଝର ଜେଲ ଅଧିକ୍ଷକ ଦାରା ସିଂଙ୍କ ଓକିଲଙ୍କ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରିଥିଲେ ।

ଦାରା ସିଂଙ୍କ ଏହି ସହାୟତା ଅନ୍ୟ କଏଦୀ ମାନଙ୍କ ପାଇଁ ଉଦାହରଣ ହୋଇଛି । ପ୍ରକାଶ ଯେ ବହୁ ଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ କେନ୍ଦୁଝର ଜେଲରେ ସଜା କାଟୁଛନ୍ତି ରବୀନ୍ଦ୍ର ପାଲ ଓରଫ ଦାରା ସିଂ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details