କେନ୍ଦୁଝର: 2020ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କେନ୍ଦୁଝର ଜିଲ୍ଲାର ଦମୟନ୍ତୀ ବେଶ୍ରା । ସାନ୍ତାଳି ଭାଷା ସାହିତ୍ୟରେ ଗବେଷଣା ଓ ଶିକ୍ଷା ପାଇଁ ଦମୟନ୍ତୀଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା । ତେବେ ସେ ପଦ୍ମଶ୍ରୀ ପୁରସ୍କାର ପାଇ ନିଜ ଶ୍ବଶୁର ଘର ଗାଁ ସଦର ବ୍ଲକ ଧନୁର୍ଜୟପୁରକୁ ଆସିବ ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରାଙ୍କୁ ସାନ୍ତାଳି ସମ୍ପ୍ରଦାୟର ସମ୍ବର୍ଦ୍ଧନା - ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଦମୟନ୍ତୀ
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ ଡ. ଦମୟନ୍ତୀ ବେଶ୍ରା । ଦୀର୍ଘଦିନର ନିରବଚ୍ଛିନ୍ନ ସାହିତ୍ୟ ସାଧନା ଆଜି ଦମୟନ୍ତୀଙ୍କୁ ଆଣିଦେଇଛି ନୂତନ ସଫଳତା । ଅଧିକ ପଢନ୍ତୁ...

ପଦ୍ମଶ୍ରୀରେ ସମ୍ମାନିତ ହେଲେ ଦମୟନ୍ତୀ ବେଶ୍ରା
ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ଦମୟନ୍ତୀ
ସ୍ଥାନୀୟ ଲୋକଙ୍କ ସହ ସାନ୍ତାଳି ସମ୍ପ୍ରଦାୟ ପକ୍ଷରୁ ଦମୟନ୍ତୀଙ୍କୁ ଦିଆଯାଇଥିଲା ଏହି ସମ୍ବର୍ଦ୍ଧନା । ନିଜ ଭାଷାର ଉନ୍ନତି ପାଇଁ ଦମୟନ୍ତୀ ବେଶ୍ରାଙ୍କ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି l ପୂର୍ବରୁ ମଧ୍ୟ ସେ ସାହିତ୍ୟ ଏକାଡେମୀ ପରି ଅନେକସଂସ୍ଥା ଦ୍ବାରା ପୁରସ୍କୃତ ହୋଇ ସାରିଛନ୍ତି l ଏପରିକି ସାନ୍ତାଳୀ ଭାଷାରେ ଏକ ମାଗାଜିନ ପ୍ରକାଶ କରି ବହୁ ପ୍ରଶଂସିତ ହୋଇଥିଲେ ଦମୟନ୍ତୀ । ତେବେ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ବର୍ତ୍ତମାନ ବାରିପଦାରେ ପ୍ରଫେସର ରୂପେ କାର୍ଯ୍ୟରତ ଅଛନ୍ତି ।
କେନ୍ଦୁଝରରୁ ସନ୍ତୋଶ କୁମାର ମହାପାତ୍ର, ଇଟିଭି ଭାରତ
Last Updated : Mar 1, 2020, 10:59 PM IST